ଦେଶର ସବୁଠାରୁ ବଡ଼ ଏଫଆଇଆର(FIR)! ୪ ଦିନ ହେଲା ଚାଲିଛି ଲେଖା , ଶେଷ ହେବାକୁ ଆହୁରି ଲାଗିବ ୩ ଦିନ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

Published By : Prameya-News7 Bureau | September 20, 2019 IST

ଉତ୍ତରାଖଣ୍ଡ ୨୦|୯: ଉତ୍ତରାଖଣ୍ଡର କାଶୀପୁରର କୋତଓ୍ବାଲି ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ଥିବା ଥାନାରେ ଦେଶର ସବୁଠାରୁ ବଡ଼ ଏଫଆଇଆର ଲେଖା ଚାଲିଛି। ଏହି  ଏଫଆଇଆଟି ଲେଖିବା ପାଇଁ ୪ ବିତିଗଲାଣି ତଥାପି ଲେଖା ଶେଷ ହୋଇ ନାହିଁ। ମାତ୍ର ଆଉ ୩ ଦିନ ଭିତରେ ଏଫଆଇଆର ଲେଖା ଶେଷ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଅଟଳ ଆୟୁଷ୍ମାନ ଯୋଜନା ଘୋଟାଲ ମାମଲାରେ ୮୮ ପେଜର ଏଫଆଇଆର ଲେଖା ଚାଲିଛି। ଏହି ଘୋଟାଲାରେ ଦୁଇଟି ବଡ଼ ବଡ଼ ହସ୍ପିଟାଲ ବିରୋଧରେ ପୋଲିସ ଏଫଆଇଆର ଲେଖା ଆରମ୍ଭ କରିଛି। ୮୮ ପେଜର ଏଫଆଇଆର  ଲେଖିବା ପାଇଁ  ପୋଲିସ କସରତ ଆରମ୍ଭ କରିଦେଇଛି। ଏତେ ବଡ଼ ଏଫଆଇଆର ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଇଂରାଜୀ ଓ ହିନ୍ଦୀ ଭାଷାରେ ଏହି ଏଫଆଇଆର ଲେଖିବା ପାଇଁ ପୋଲିସ ପାଖରେ ମାତ୍ର ଆଉ ତିନି ଦିନ ରହିଛି।

ଏଫଆଇଆର ଲେଖିବା ପାଇଁ ପୋଲିସଙ୍କ ପାଖରେ ଥିବା ସଫ୍ଟଓ୍ବେୟାରର ଶବ୍ଦ କ୍ଷମତା ୧୦  ହଜାର ପର୍ଯ୍ୟନ୍ତ। ଅଭିଯୋଗକାରୀଙ୍କ କଥା ଅନୁସାରେ ପୋଲିସ ଏଫଆଇଆର ଲେଖିବେ ବୋଲି ବରିଷ୍ଠ ଅଧିକାରୀ ଥାନାବାବୁଙ୍କୁ ନିର୍ଦେଶ ଦେଇଛନ୍ତି।

ଅଟଳ ଆୟୁଷ୍ମାନ ଯୋଜନା ଘୋଟାଲରେ ସଂପୃକ୍ତ ଏମପି ହସ୍ପିଟାଲ ଓ ଦେବକି ନନ୍ଦନ ହସ୍ପିଟାଲ ଉପରେ ସ୍ବାସ୍ଥ୍ୟ ବିଭାଗ ଚଢ଼ଉ କରିଥିଲା। ଏହି ଦୁଇଟି ହସ୍ପିଟାଲ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ। ରୋଗୀଙ୍କୁ ମିଥ୍ୟା ବିଲ ଦେଖାଇ ହସ୍ପିଟାଲ ପରିଚାଳକ ଅଟଳ ଆୟୁଷ୍ମାନ ଯୋଜନାର ଫାଇଦା ଉଠାଉଥିଲା। ହସ୍ପିଟାଲଠାରୁ ରୋଗୀ ଡିସଚାର୍ଜ ହେବା ପରେ ବି ରୋଗୀଙ୍କ ବିଲ ମିଟର ଚାଲୁ ରହୁଥିଲା। ଆଇସିୟୁରେ ରୋଗୀ ରହୁଥିବା  କଥା କହି ମୋଟା ଅଙ୍କର ଫଲ୍ସ ବିଲ ତିଆରି ଅଟଳ ଆୟୁଷ୍ମାନ ଯୋଜନାରେ  କ୍ଲେମ କରାଯାଉଥିଲା।

ହସ୍ପିଟାଲ ବିରୋଧରେ ଏହିଭଳି ସଂଗୀନ ଅଭିଯୋଗ ଆସିବା ପରେ ହସ୍ପିଟାଲର ପରିଚାଳକଙ୍କ ନାଁରେ ଅନଲାଇନରେ ଏଫଆଇଆର ଦେବା ପାଇଁ ରୋଗୀ ଥାନରେ ପହଞ୍ଚିଥିଲେ।  ଥାନାରେ ଏଫଆଇଆର ମେସିନର ଶବ୍ଦ କ୍ଷମତାଠାରୁ ଅଭିଯୋଗ ବହୁତ ବଡ଼ ଥିଲା ।  ତେଣୁ ୮୮ ପେଜର ଏଫଆଇଆର ଲେଖିବା ପାଇଁ ପୋଲିସଙ୍କୁ ଦାୟିତ୍ବ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.