ଦେଶର କରୋନା ଅପଡେଟ୍

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ୨୭/୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଡେଇଁଛି । ସ୍ବାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୭ ହଜାର ୪୯୦ ଛୁଇଁଛି ।  ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬ ହଜାର ୩୯୩ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହି ସମୟରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଦେଶରେ ଏଯାଏ କରୋନା ୪ ହଜାର ୫୨୩ ଜଣଙ୍କ ଜୀବନ ନେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ହଜାର ୨୮୫ ଜଣ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ହାର ୪୨.୪୫ ପ୍ରତିଶତଙ୍କୁ ବୃଦ୍ଧି ପାଇଛି ।  ଆକ୍ଟିଭ୍ କେସ୍ ରହିଛି ୮୩ ହଜାର ୪ । ଏୟାର୍‌ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନରେ ଜଣେ ଯାତ୍ରୀ କରୋନା ଭାଇରସ୍ ପଜିଟିଭ୍ ଜଣାପଡ଼ିବା ପରେ ସେଥିରେ ଥିବା ମୋଟ୍ ୪୦ ଜଣଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.