Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦେଶର ପ୍ରଥମ ସହର ଯେଉଁଠି ୧୧ ଦିନ ଲାଗିଥିଲା ମହା କର୍ଫ୍ୟୁ : କରାଯାଇଛି ୨୫ ଲକ୍ଷ ଲୋକଙ୍କ ସ୍କ୍ରିନିଙ୍ଗ, ଜଣେ ଡାକ୍ତର ହୋଇନାହାନ୍ତି ସଂକ୍ରମିତ

7/04/2020 at 11:12 AM

ଜୟପୁର ୦୭/୦୪ : କରୋନାକୁ କାବୁ କରିବା ମାମଲାରେ ଭୀଲବାଡା ଦେଶର ରୋଲ ମଡେଲ ସାଜିଛି | ସେଠାରେ ମାର୍ଚ୍ଚ ୨୦ ତାରିଖରେ ପ୍ରଥମ କରୋନା ପଜିଟିଭ ଆସିଥିଲା | ଏହାପରେ ସେଠାକାର ପ୍ରଶାସନ ଯେଉଁ ପ୍ଲାନ କରିଥିଲେ ତାକୁ କେନ୍ଦ୍ର ସରକାର ମଧ୍ୟ ପ୍ରଶଂସା କରିଛନ୍ତି | ରବିବାର ଦିନ ହୋଇଥିବା ଭିଡିଓ କନଫରେନସିଂରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ରାଜୀବ ଗାବା କହିଥିଲେ ଯେ, କରୋନା ଦେଶର ୨୨୩ ଜିଲ୍ଲାରେ ବିସ୍ତାର କରିସାରିଛି | ସେଥିପାଇଁ ଭୀଲବାଡାରୁ ସମସ୍ତଙ୍କୁ ଶିଖିବା କଥା କିଭଳି କରୋନାକୁ କାବୁ କରାଯିବ |

କ୍ୟାବିନେଟ ସଚିବ ଭୀଲବାଡାରେ ହୋଇଥିବା କରୋନା ବିରୋଧୀ ଯୁଦ୍ଧକୁ ପ୍ରଶଂସନୀୟ କହିଛନ୍ତି | ଭୀଲବାଡା ଦେଶର ପ୍ରଥମ ସହରରେ ୧୪ ଦିନ କର୍ଫ୍ୟୁ ସତ୍ୱେ ପୁଣି ଏପ୍ରିଲ ୩ ରୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ମହା କର୍ଫ୍ୟୁ ଲାଗୁ କରାଯାଇଛି | 

ଜାଣନ୍ତୁ ଭୀଲବାଡାର ରୋଡ଼ ମ୍ୟାପ…

୧. ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ରାଜ୍ୟ ସରକାରଙ୍କ କୌଣସି ଆଦେଶକୁ ଅପେକ୍ଷା ନ କରି ଜିଲ୍ଲାର ସମସ୍ତ ୨୦ ଟି ଚେକପୋଷ୍ଟକୁ ସିଲ କରିଥିଲେ | ରାସନ ସାମଗ୍ରୀ ସରକାରୀ ସ୍ଥରରେ ଯୋଗାଇ ଦିଆଯାଇଥିଲା ଏବଂ ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍କ୍ରିନିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ |

୨. ସଂକ୍ରମଣ ଯେଉଁ ବାଂଗଡ ହସ୍ପିଟାଲରୁ ବିସ୍ତାର କରିଥିଲା ସେହି ହସ୍ପିଟାଲକୁ କେଉଁଠାରୁ ରୋଗୀ ଆସିଥିଲେ ସେ ନେଇ ତଦନ୍ତ ହୋଇଥିଲା | ତଦନ୍ତରୁ ଜଣାପଡିଥିଲା ୪ ରାଜ୍ୟର ୩୬ ଜଣ ଓ ରାଜସ୍ଥାନର ୧୫ ଜିଲ୍ଲାର ୪୯୮ ରୋଗୀ ଥିଲେ | ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରୋଗୀଙ୍କ ସୂଚନା ଦିଆଯାଇଥିଲା |

୩. ୬ଟି ପଜିଟିଭ ମାମଲା ଆସିବା ପରେ ଭୀଲବାଡାରେ କର୍ଫ୍ୟୁ ଲାଗୁ କରାଯାଇଥିଲା ଯେମିତିକି ଲୋକେ ଘରେ ରହିବେ | ବାଂଗଡ଼ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିଲା | ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ୨୦ଟି ଚେକପୋଷ୍ଟକୁ ସିଲ କରିଦିଆଯାଇଥିଲା |

୪. ୬ ହଜାର ଟିମ ଗଠନ କରି ୨୫ ଲକ୍ଷ ଲୋକଙ୍କ ସ୍କ୍ରିନିଙ୍ଗ କରାଯାଇଥିଲା | ପାଖାପାଖି ୧୮ ହଜାର ଲୋକ ଥଣ୍ଡା କାଶରେ ପୀଡିତ ଥିଲେ | ୧୨୨୫ ଲୋକଙ୍କୁ ହୋମ ଆଇସୋଲେଟ କରାଯାଇଥିଲା ଏବଂ ସେଠାରେ କର୍ମଚାରୀ ନିୟୋଜିତ କରାଯାଇଥିଲା | ପାଖାପାଖି ହଜାରେ ସନ୍ଦିଗ୍ଧଙ୍କୁ କ୍ଵାରେଣ୍ଟାଇନ କରାଯାଇଥିଲା |

୫. ସହରର ୫୫ଟି ୱାର୍ଡରେ ଗୋଟିଏ ପ୍ରତିଶତ ହାଇପୋ କ୍ଲାରୋଡ଼ ଛିଞ୍ଚିବା ଦାୟିତ୍ୱ ନଗର ପରିଷଦକୁ ଦିଆଯାଇଥିଲା | ଯାହାଫଳରେ ସଂକ୍ରମଣ ନ ବ୍ୟାପିବ |

୬. ଲୋକ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାରୀ ଉପଭୋକ୍ତା ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ | ଯାନବାହାନ ଯାତାୟାତ ବନ୍ଦ କରିଦିଆଯାଇଥିଲା | କ୍ଷୀର ପାଇଁ ସକାଳୁ ଦୁଇ ଘଣ୍ଟା ପାଇଁ କ୍ଷୀର ଦୋକାନ ଖୋଲା ରଖାଯାଉଥିଲା | ସମସ୍ତ ୱାର୍ଡ ପାଇଁ ହୋମ ଡେଲିଭରି ପାଇଁ ୨-୩ ଟି ଖୁଚୁରାତି ଦୋକାନକୁ ଲାଇସେନ୍ସ ଦିଆଯାଇଥିଲା | ପରିବା ଯୋଗାଇବା ପାଇଁ ସହରର ସମସ୍ତ ୱାର୍ଡରେ କୃଷି ମଣ୍ଡିକୁ ଲଗାଯାଇଥିଲା |

ବର୍ତ୍ତମାନ ପର୍ଯ୍ୟନ୍ତ ଭୀଲବାଡାରେ ୨୭ ପଜିଟିଭ ରୋଗୀ ଚିହ୍ନଟ ହୋଇଥିଲେ | ସେମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୨ଜଣ ପ୍ରାଣ ହରାଇଛନ୍ତି | ଅନ୍ୟ ୭ଜଣଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ସ୍ଟେପ ଡାଉନ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି | ବର୍ତ୍ତମାନ ଭୀଲବାଡାରେ ୩ଜଣ କରୋନା ରୋଗୀ ଅଛନ୍ତି | ୧୪ ଦିନ ପରେ ଏମାନେ ମଧ୍ୟ ସୁସ୍ଥ ହୋଇଯିବ ଡାକ୍ତର କହିଛନ୍ତି |

ଚିକିତ୍ସା କରୁଥିବା ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ପାଇଁ ୭-୭ ଦିନର ୱାର୍କ ଆଉଟ ପ୍ଲାନ ପ୍ରସ୍ତୁତ କରାଯାଇଛି | ୭-୭ ଦିନ ପୁରା ହେବାପରେ ଏମାନଙ୍କୁ ୧୪-୧୪ ଦିନ ପାଇଁ କ୍ଵାରେଣ୍ଟାଇନ କରାଯିବ | ଏପର୍ଯ୍ୟନ୍ତ ୬୯ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି | ଏମାନଙ୍କ ମଧ୍ୟରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି |

ଏନେଇ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି “ଏହା ସମ୍ପୂର୍ଣ ଟିମ ୱାର୍କ | ପୋଲିସ ଏବଂ ସାମାଜିକ ସନ୍ତୁଳନ ଜରିଆରେ ରାଜସ୍ଥାନରେ କରୋନାକୁ ବ୍ୟାପିବାରେ ରୋକିବା ପାଇଁ ଏକଜୁଟ ହୋଇଛୁ | ଭୀଲବାଡା ମଡେଲ ଆମେ ସବୁଠି ଲାଗୁ କରୁଚୁ |”

   Related Posts