Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୨୪ରେ ଦେଶରେ ହେବ ଅନ୍ତିମ ନିର୍ବାଚନ ! ଇଭିଏମକୁ ନେଇ ବଡ ଆଶଙ୍କା ପ୍ରକାଶ କଲେ ଦିଗବିଜୟ ସିଂହ

31/08/2020 at 2:59 PM

ନୂଆଦିଲ୍ଲୀ ୩୧।୦୮: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଣି ଥରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ) ପ୍ରସଙ୍ଗ ଉଠାଇଛନ୍ତି। ଦିଗବିଜୟ ସିଂହ କହିଛନ୍ତି ଇଭିଏମ ବ୍ୟବହାର ଭାରତୀୟ ଗଣତନ୍ତ୍ରକୁ ଧ୍ଵଂସ କରି ଦେବ। ଟେକ୍ନୋଲୋଜି ମାଧ୍ୟମରେ ସାଧାରଣ ନିର୍ବାଚନରେ ବଡ ଧରଣର ଜାଲିଆତି ହେଉଛି। ଯଦି ଏମିତି ଜାରି ରହେ ତେବେ ୨୦୨୪ ଭାରତୀୟ ରାଜନୀତିର ଅନ୍ତିମ ନିର୍ବାଚନ ହେବ। ଆମେ ବାଲାଟ୍ ପେପର ଦ୍ଵାରା ନିର୍ବାଚନ କରାଯିବା ପ୍ରକ୍ରିୟା ନଫେରିଲେ ଭବିଷ୍ୟତରେ ଏମିତି ପରିସ୍ଥିତି ଉପୁଜିବ।

ଦିଗବିଜୟ ସିଂହ ଭାରତୀୟ ରାଜନୀତିକୁ ନେଇ ଚିନ୍ତା ପ୍ରକଟ କରି ଟ୍ଵିଟରରେ କ୍ୟାଡଓ୍ଵାଲରଙ୍କ ଭିଡିଓ ସେୟାର କରିଛନ୍ତି। ଏଥିରେ କ୍ୟାଡଓ୍ଵାଲର କହିଛନ୍ତି କେଉଁଭଳି ଫେସବୁକ ମାଧ୍ୟମରେ କେମ୍ବ୍ରିଜ ଆନାଲିଟିକା ନିର୍ବାଚନକୁ ପ୍ରଭାବିତ କରିଛି। ନିଜ ଭିଡିଓର ଏକ ଛୋଟ ଅଂଶକୁ ଟ୍ଵିଟ୍ କରି ସେ ଏହା କହିଛନ୍ତି। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଛନ୍ତି। ଭିଡିଓରେ ସେ ନିର୍ବାଚନରେ ବୈଷେୟିକ ଜ୍ଞାନ କୌଶଳ ଜରିଆରେ ହେଉଥିବା ହେରଫେର ଉପରେ ଆଲୋକପାତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନ ପରେ ଇଭିଏମ ଦ୍ଵାରା ନିର୍ବାଚନ କରାଯିବାକୁ ଅନେକ ରାଜନୈତିକ ଦଳ ବିରୋଧ କରି ଆସିଛନ୍ତି। ଏବେ ମଧ୍ୟପ୍ରଦେଶ ବିଧାନସଭା ଉପ ନିର୍ବାଚନ ହେବାକୁ ଯାଉଛି। ତେଣୁ ଇଭିଏମ ପ୍ରସଙ୍ଗକୁ ଜୋରସୋରରେ ପୁଣି ଥରେ ଉଠାଯାଉଛି। କଂଗ୍ରେସ ଲଗାତାର କରୋନା ସଂକ୍ରମଣକୁ ଉଲ୍ଲେଖ କରି ବାଲାଟ ପେପରରେ ନିର୍ବାଚନ କରିବାକୁ ଦାବି କରୁଛି। ଏହା ମଧ୍ୟରେ ଦିଗବିଜୟ ସିଂହଙ୍କ ଏହି ଟ୍ଵିଟ୍‌ ଇଭିଏମ ପ୍ରସଙ୍ଗକୁ ପୁଣି ଥରେ ଉଜ୍ଜିବୀତ କରିଛି।

   Related Posts