ବର୍ଷକ ଭିତରେ ରାଜନୀତି ଆକାଶରୁ ଲିଭିଗଲା ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବର୍ଷୀୟାନ ନେତାଙ୍କ ନାଁ, ଜାଣନ୍ତୁ କିଏ କିଏ

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ୨୫|୮: ଅଗଷ୍ଟ ୯ ତାରିଖରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ବିଜେପିର ବର୍ଷୀୟାନ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଦିନ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ୧୫ ଦିନଧରି ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ଜାତୀୟ ରାଜନୀତିରେ ସେ ଥିଲେ ଜଣେ ଚାଣକ୍ୟ। ଦୀର୍ଘଦିନ ଧରି ଭାରତର ଅର୍ଥନୀତି ବ୍ୟବସ୍ଥାର ଦାୟିତ୍ବ ସେ ତୁଲାଇଥିଲେ। ତାଙ୍କ ବିୟୋଗରେ ଜାତୀୟ ରାଜନୀତିରେ ଏକ ଅପୂରଣୀୟ ସ୍ଥାନ ସୃ୍ଷ୍ଟି ହୋଇଛି।

{"id":148514}

୨୦୧୮ ମସିହାରୁ ଏପର୍ଯ୍ୟନ୍ତ ଏତେ କମ୍‌ ସମୟ ଭିତରେ ଜାତୀୟ ରାଜନୀତିରେ ବହୁ ବର୍ଷୀୟାନ ନେତା ଆରପାରିକୁ ଚାଲି ଗଲେଣି। ଏମାନଙ୍କ ମଧ୍ୟରେ ଅଧିଂକାଶ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ରହିଛନ୍ତି। ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଇଥିଲା। ଏହାପରେ ମଦନ ଲାଲ ଖୁରାନା, ଶିଲା ଦିକ୍ଷୀତ, ଜୟପାଲ ରେଡ୍ଡୀ, ସୁଷମା ସ୍ବରାଜ ନାରାୟଣ ଦତ୍ତ ତିଓ୍ବାରୀ,ଜଗନ୍ନାଥ ମିଶ୍ରା,ବାବୁଲାଲ ଗୌର ଓ ଶନିବାର ଦିନ ଅରୁଣ ଜେଟଲୀଙ୍କ ଜୀବନ ଦୀପ ଲିଭି ଯାଇଥିଲା।

{"id":148515}

ଚଳିତ ଅଗଷ୍ଟ ମାସରେ ଦୁଇଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ ଓ ଅରୁଣ ଜେଟଲୀଙ୍କ ମୃତ୍ୟୁ ହୋଇଛି। ବାବୁଲାଲ ଗୌରଙ୍କ ମୃତ୍ୟୁ ମଧ୍ୟ ଚଳିତ ଅଗଷ୍ଟ ମାସରେ ହୋଇଥିଲା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ବାବୁଲାଲ ଗୌର।ତାଙ୍କ କାର୍ଯ୍ୟଧାରା ପାଇଁ ତାଙ୍କୁ ଲୋକମାନେ ମନେ ରଖିଛନ୍ତି।

{"id":148516}

ଅଗଷ୍ଟ୧୯  ତାରିଖରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ମୃତ୍ୟୁ ହୋଇଥିଲା। ବିହାରରେ ତିନିଥର ମୁଖ୍ୟମନ୍ତ୍ରୀ ହୋଇ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

{"id":148517}

ଗତ ଜୁଲାଇ ମାସ ୨୮ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜୟପାଲ ରେଡ୍ଡୀଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟସଭାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦୁଃଖରେ ମ୍ରିୟମାଣ ହୋଇ କାନ୍ଦି ପକାଇଥିଲେ।

{"id":148518}

ଗୋଟେ ବର୍ଷ  ଭିତରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ନାରାୟଣ ଦତ୍ତ ତିଓ୍ବାରୀ, ମଦନଲାଲ ଖୁରାନା, ଶିଲା ଦିକ୍ଷୀତ, ସୁଷମା ସ୍ବରାଜ(ଦିଲ୍ଲୀ), ଜନଗନ୍ନାଥ ମିଶ୍ରା ଓ ବାବୁଲାଲ ଗୌର।

{"id":148520}

ସୂଚନାଯୋଗ୍ୟ ଯେ,  ଜୁଲାଇ ୨୦ ତାରିଖରେ ଶୀଲା ଦିକ୍ଷୀତ, ଅଗଷ୍ଟ ୬ ତାରିଖରେ ସୁଷମା ସ୍ବରାଜ ଓ ଅଗଷ୍ଟ ୨୪ ତାରିଖରେ ଅରୁଣ ଜେଟଲୀଙ୍କ ମୃତ୍ୟୁ ହୋଇଥିଲା। ଗୋଟେ ବର୍ଷ ଭିତରେ ରାଜନୀତି ଆକାଶରୁ ବହୁ ବର୍ଷୀୟାନ ନେତାଙ୍କ ନାଁ ଲିଭି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.