ଏହି ଦେଶ ପ୍ରସ୍ତୁତ କରିଛି କରୋନା ଟୀକା : ମାଙ୍କଡ ଉପରେ ପରୀକ୍ଷା ସଫଳ, ମଣିଷ ଉପରେ ଚାଲିଛି ପରୀକ୍ଷା

Published By : Prameya-News7 Bureau | April 24, 2020 IST

ବେଜିଂ ୨୪।୪: ପ୍ରଥମ ଥର ପାଇଁ କରୋନା ଭାଇରସ୍ ପାଇଁ ପ୍ରସ୍ତୁତ ହେଉଥିବା ଟୀକା ମାଙ୍କଡକୁ କରୋନା ସଂକ୍ରମଣରୁ ରକ୍ଷା କରିଛି । ଚୀନ୍ ର ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏହି ସଫଳତା ହାସଲ କରିଛି । ଏହି କମ୍ପାନୀ ରିସସ୍ ମକାଓ ମାଙ୍କଡ ତଥା ସାମାନ୍ୟ ଲାଲ୍ ମୁହଁ ଥିବା ମାଙ୍କଡଙ୍କୁ ଟୀକାକରଣ କରାଯାଇଥିଲା । ଅନୁସନ୍ଧାନ ପରେ ଜଣାପଡିଛି ଯେ ଏହି ମାଙ୍କଡମାନଙ୍କ ଶରୀରରେ ଆଉ କରୋନା ସଂକ୍ରମଣ କରିପାରିବ ନାହିଁ । କମ୍ପାନୀ ଅପ୍ରେଲ ୧୬ ରୁ ମଣିଷ ଉପରେ ଏହି ଟୀକାର ପରୀକ୍ଷା ଆରମ୍ଭ କରିଛି ।

{"id":259103,"sizeSlug":"large"}

ଚୀନ୍‌ର ରାଜଧାନୀ ବେଜିଂରେ ଥିବା ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସାଇନୋଭାକ୍ ବାୟୋଟେକ୍ ଦାବି କରିଛି ଯେ ୮ଟି ମାଙ୍କଡଙ୍କୁ ନୂତନ ଟୀକାର ଅଲଗା ଅଲଗା ଡୋନ୍ ଦିଆଯାଇଥିଲା । ୩ ସପ୍ତାହ ପରେ ମାଙ୍କଡମାନଙ୍କୁ ପୁନର୍ବାର ପରୀକ୍ଷା କରାଯାଇଥିଲା । ମାଙ୍କଡମାନଙ୍କର ଫୁସଫୁସରେ ଟ୍ୟୁବ୍ ମାଧ୍ୟମରେ ଟୀକା ଭାବରେ କରୋନା ଭାଇରସର ଇଞ୍ଜେକ୍ସନ ଦିଆଯାଇଥିଲା ।

{"id":259104,"sizeSlug":"large"}

ସାଇନୋଭାକ୍ ର ବରିଷ୍ଠ ନିର୍ଦ୍ଦେଶକ ମେଙ୍ଗ ୱିନିଙ୍ଗ କହିଛନ୍ତି ଯେ, ତିନି ସପ୍ତାହ ପରେ ଅନୁସନ୍ଧାନରୁ ଜଣାପଡିଛି ଯେ ୮ଟି ମାଙ୍କଡ ମଧ୍ୟରୁ ଗୋଟିଏରେ କରୋନା ଭାଇରସ୍ ସଂକ୍ରମଣ ହୋଇନାହିଁ । ୭ ଦିନ ପରେ ଯେଉଁ ମାଙ୍କଡଙ୍କୁ ସର୍ବାଧିକ ଡୋଜ୍ ଦିଆଯାଇଥିଲା, ତାଙ୍କ ଫୁସଫୁସରେ କିମ୍ବା ଶରୀରର କୌଣସି ସ୍ଥାନରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇ ନଥିଲା । କିଛି ମାଙ୍କଡ ସାମାନ୍ୟ ପ୍ରଭାବ ଥିଲା କିନ୍ତୁ ତାହାକୁ ନିୟନ୍ତ୍ରଣ କରାଯାଇଥିଲା ।

{"id":259093,"sizeSlug":"large"}

ସାଇନୋଭାକ୍ ମାଙ୍କଡମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣ ପରେ ବାୟୋ ରିକ୍ସିଭ୍ ୱେବସାଇଟରେ ଅପ୍ରେଲ ୧୯ରେ ଟୀକା ରିପୋର୍ଟ ପ୍ରକାଶ କରିଛି । ମାଙ୍କଡମାନଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଫଳାଫଳ ପରେ ମେଙ୍ଗ ୱିନିଂ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ଏହି ଟୀକା ମଣିଷ ଉପରେ ମଧ୍ୟ ଭଲ ପ୍ରଭାବ ପକାଇବ । ସେ କହିଛନ୍ତି ଯେ, ଆମେ ଟୀକା ବିକଶିତ କରିବାର ପୁରୁଣା ପଦ୍ଧତି ଗ୍ରହଣ କରିଛୁ । ପ୍ରଥମେ ମାଙ୍କଡକୁ କରୋନା ଭାଇରସ୍ ସଂକ୍ରମିତ କରାଗଲା । ତାପରେ ତାଙ୍କ ରକ୍ତ ନେଇ ଏକ ଟୀକା ପ୍ରସ୍ତୁତ କରାଗଲା । ତାକୁ ଅନ୍ୟ ଏକ ମାଙ୍କଡଙ୍କ ଉପରେ ପ୍ରୟୋଗ କରାଗଲା । ଏହିପରି ଗରିବ ଦେଶଗୁଡିକୁ ମହଙ୍ଗା ଟୀକାର ଆବଶ୍ୟକତା ପଡିବନାହିଁ ।

{"id":259105,"sizeSlug":"large"}

ସାଇନୋଭାକ୍ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମାଙ୍କଡଙ୍କ ଏବଂ ମୂଷା ଶରୀରରୁ ନିଆଯାଇଥିବା ଆଣ୍ଟିବଡି ମିଶ୍ରଣ କରାଯାଇଛି । ଏହାପରେ, ଆମେ ଚୀନ୍, ଇଟାଲୀ, ସ୍ବିଜରଲ୍ୟାଣ୍ଡ, ସ୍ପେନ୍ ଏବଂ ବ୍ରିଟେନର କରୋନା ରୋଗୀଙ୍କ ଉପରେ ଏହି ଟୀକା ପରୀକ୍ଷା କରିଛୁ । ଟୀକାରେ ଥିବା ଆଣ୍ଟିବଡିଗୁଡିକ କରୋନା ଭାଇରସ ର ଷ୍ଟ୍ରେନ୍ କୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.