Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ନୋଟ୍‌ ମାଧ୍ୟମରେ ବୁଲୁଛି କରୋନା ଭାଇରସ୍‌! ଏହି ଖବର ସୋସିଆଲ ମିଡିଆରେ ଭାଇରାଲ…

15/03/2020 at 6:38 PM

ନୂଆଦିଲ୍ଲୀ୧୫ /୩ : କରୋନା ସମସ୍ତଙ୍କୁ ଘାରିଛି। ସାରା ବିଶ୍ବରେ ପ୍ରାଣଘାତୀ କରୋନା ଭାଇରସ (COVID-19) ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି।  ଏହା ପଛରେ ଅନେକ କାରଣ ରହିଛି । କିନ୍ତୁ ଏକ ବଡ଼ କାରଣ କରେନ୍ସି ଅର୍ଥାତ୍ ନୋଟ୍‌ ଆଦାନ ପ୍ରଦାନ ବି ହୋଇପାରେ ବୋଲି ବିଶ୍ୱାସ କରାଯାଉଛି । କାହିଁକି ନା ଏହି ନୋଟ୍‌ ମାଧ୍ୟମରେ ପ୍ରତିଦିନ ସାଧାରଣ ଲୋକେ କିଣାବିକା କରିଥାନ୍ତି। ଚୀନରେ ଏବେ ସୁଦ୍ଧା ୩୧୯୯ ଲୋକଙ୍କ ଜୀବନ ନେଇଥିବା କରୋନା ଭାଇରସ୍‌ର କେନ୍ଦ୍ର ଏବେ ୟୁରୋପୀୟ ଦେଶ ହୋଇଯାଇଛି । ଚୀନର ଏବେ ଏହି ସ୍ଥିତିରେ ସୁଧାର ଆସିଗଲାଣି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଥିପାଇଁ କରୋନା ସଂକ୍ରମଣରୁ ରକ୍ଷା ପାଇଁ ଏହା ନିହାତି ଜରୁରୀ ଯେ ଆମ ନୋଟ ବ୍ୟବହାରକୁ ଟିକେ କମ୍‌ କରିଦେବା ଏବଂ ଡିଜିଟାଲ ପେମେଣ୍ଟ  ମାଧ୍ୟମରେ କେବଳ ଗ୍ରାହକ ନୁହେଁ ଦୋକାନୀ ମାନେ ମଧ୍ୟ ଆଗ୍ରହ ପ୍ରକାଶ କରିବା ଉଚିତ୍‌ । ସରକାର ମଧ୍ୟ ଏଭଳି ସ୍ଥିତିରେ ଡିଜିଟାଲ ପେମେଣ୍ଟ ପ୍ରତି ଲୋକଙ୍କୁ ନିର୍ଦ୍ଦେଶ ଦେବା ଉଚିତ୍‌। ଯାହାକି ଲୋକେମାନେ ନୋଟ ମାଧ୍ୟମରେ କରୋନା ବ୍ୟାପିବାର ସମ୍ଭାବନାକୁ ଏଡାଇପାରିବେ।

ଉଲ୍ଲେଖନୀୟ ଯେ, ଚୀନରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଭାଇରସ୍‌ ବ୍ୟାପିଥିବା ସ୍ଥାନରୁ ମୁଦ୍ରା ସବୁକୁ ଏକତ୍ର କରି ଗୋଦାମରେ ରଖାଯାଇଛି । କାରଣ ଚୀନ ସରକାରକୁ ଆଶଙ୍କା ହୋଇଛି କି ଏହା ମାଧ୍ୟମରେ ବି ସଂକ୍ରମଣ ପ୍ରସାର ହୋଇପାରେ। କୁହାଯାଉଛିକି , ଚୀନରେ ଏବେ ସୁଦ୍ଧା  ଭାଇରସ ସଂକ୍ରମିତ  ସ୍ଥାନଗୁଡିକରୁ ଏକତ୍ର ପାଖାପାଖି ୪ହଜାର  କୋଟି ୟୁୟାନର କରେନ୍ସି  ନୋଟ୍‌ ଗୋଦାମରେ ଜମା କରାଯାଇସାରିଛି ।   

ବାସ୍ତବରେ, କରୋନା ଭାଇରସ ବ୍ୟାପିବା ପରେ ପରେ ଚୀନ ସରକାର ସଂକ୍ରମିତ ଲୋକଙ୍କ ହାତ ଦ୍ୱାରା ବଜାରକୁ ଆସିଥିବା କୋଟି କୋଟି ନୋଟକୁ ବଦଳେଇ ଦେଇଥିଲା ଏବଂ ହସ୍ପିଟାଲ, ବଜାର , ପରିବହନ  ସେବାରୁ ଆସିଥିବା ୮୪୦୦୦କୋଟି ନୋଟ ଜଳାଇବାକୁ ଘୋଷଣା କରିଦେଇଥିଲା।

ଏଣୁ ଆପଣ ଯଦି ଏବେ ନୋଟ୍‌ ଜରିଆରେ କିଣାବିକା କରୁଛନ୍ତି ତ ଏହାକୁ କମାଇ ଦିଅନ୍ତୁ  ଏବଂ ଡିଜିଟାଲ ପେମେଣ୍ଟ ଜରିଆରେ କିଣାକିଣି କରନ୍ତୁ। ଯେପର୍ଯ୍ୟନ୍ତ  କରୋନା ସଙ୍କଟ ଦୂର ନହୋଇଛି ଅନ୍ତତଃ ସେତେଦିନ ଯାଏ ଡିଜିଟାଲ ପେମେଣ୍ଟ ଜରିଆରେ କାମ କରିବାକୁ ଦୃଢ଼ ନିଣ୍ଣୟ ନିଅନ୍ତୁ। ନୁହେଁତ  ଆଗାମୀ ନମ୍ୱର ଆପଣଙ୍କର ବି ହୋଇପାରେ। ଆଉ ଆପଣଙ୍କ ଜରିଆରେ ଆପଣଙ୍କ ପରିବାର, କୁଟୁମ୍ୱରେ କରୋନା ବ୍ୟାପିପାରେ।

   Related Posts