କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି: କାହାକୁ, କେତେ?

Published By : Prameya-News7 Bureau | July 20, 2020 IST

ଭୁବନେଶ୍ୱର୨୦/୭: କରୋନା ଯୋଦ୍ଧାଙ୍କୁ ମିଳିବ ପ୍ରୋତ୍ସାହନ ରାଶି। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡି ଚାଲିଛି। କରୋନା ମୁକାବିଲରେ ଫ୍ରଣ୍ଟ୍ ଲାଇନରେ ରହି ଯେଉଁମାନେ କରୋନା ସହ ଲଢ଼େଇ କରୁଛନ୍ତି, ସେମାନଙ୍କ ପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏ ନେଇ ରାଜ୍ୟରେ କୋଭିଡ୍‌ ସେବକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କେବଳ କରୋନା ପଜିଟିଭ୍‌ ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଏହି ସହାୟତା ମିଳିବ ।

ତେବେ ଡାକ୍ତରମାନଙ୍କୁ ଦୈନିକ ଏକ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ । ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ସେହିପରି ରେଡିଓଗ୍ରାଫର ଓ ଲାବ୍ରୋଟୋରି ଟେକ୍ନିସିଆନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏଁ ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ୨୦୦ ଲେଖାଏଁ ଟଙ୍କା ମିଳିବ । କରୋନା ଜନିତ ସଂଖ୍ୟା ମୃତ୍ୟୁ ହେଲେ, ଶବ ସଂସ୍କାରରେ ନିୟୋଜିତ ବ୍ୟକ୍ତିଙ୍କୁ ମିଳିବ ୭, ୫୦୦ ହଜାର ଟଙ୍କା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.