ବାୟୁରେ ବୁଲିପାରନ୍ତି କରୋନା ଭୂତାଣୁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଏମିତି ଚେତାଇ ଦେଇଛନ୍ତି କିଛି ବିଶେଷଜ୍ଞ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ୬/୭:  ସାବଧାନ କରୋନା  ଏଭଳି ଭାବେ ବ୍ୟାପୁଛି ଯେ ଏବେ ଏହା ପବନରେ ବି ଜଣଙ୍କୁ ସଂକ୍ରମଣ କରିପାରେ। ଏମିତି କିଛି ଆଶଙ୍କା କରୁଛନ୍ତି କିଛି ବିଶେଷଜ୍ଞ। ଶତାଧିକ ବିଶେଷଜ୍ଞ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଚିଠି ଲେଖିଛନ୍ତି। ଏଣେ କରୋନା ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନକୁ ଆସିଛି। 

ବାୟୁରେ ସଂକ୍ରମଣ କରିପାରେ କରୋନା। ବାୟୁରେ ବୁଲିପାରନ୍ତି କରୋନା ଭୂତାଣୁ। ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଏମିତି ଚେତାଇ ଦେଇଛନ୍ତି କିଛି ବିଶେଷଜ୍ଞ। ଡବ୍ଲୁଏଚଓ ଏହାକୁ ଗ୍ରହଣ କରିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି। ଜଣେ କରୋନା ରୋଗୀ  ଯଦି ଛିଙ୍କନ୍ତି କିମ୍ବା କାଶନ୍ତି ବାୟୁମଣ୍ଡଳକୁ ଛୋଟଛୋଟ କଣିକା ଯାଇଥାଏ। ବାୟୁ ମଣ୍ଡଳରେ ଏହି କଣିକା ରହିବା ଦ୍ବାରା ଅନ୍ୟ ଜଣେ ସଂକ୍ରମିତ ହେବା ଆଶଙ୍କା ରହିଛି। ୩୨ଟି ଦେଶର ୨୩୯ ଜଣ ବିଶେଷଜ୍ଞ ଏନେଇ ଡବ୍ଲୁଏଚଓକୁ ଚିଠି ଲେଖିଛନ୍ତି।  ନ୍ୟୁୟର୍କ ଟାଇମ୍‌ସ ପ୍ରକାଶ କରିଥିବା ଖବର ଅନୁଯାୟୀ କରୋନା ବାୟୁ ପ୍ରବାହରେ ଜଣଙ୍କୁ ସଂକ୍ରମିତ କରିପାରେ ବୋଲି ସେ ଉଲ୍ଲେଖ କରିଛନ୍ତି।

 ବିଶ୍ବରେ ଏବେ ଆମେରିକା ପରେ ବ୍ରାଜିଲ, ଭାରତରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ବଢୁଥିବା ବେଳେ ଅନ୍ୟଦେଶରେ  ଦୈନିକ ଆକ୍ରାନ୍ତଙ୍କ  ସଂଖ୍ୟା କମୁଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି।    କରୋନା ଆକ୍ରାନ୍ତ ସଂଖ୍ୟାରେ ରୁଷିଆକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଆମେରିକା ଓ ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତ ଠାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ଭିତରେ ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୫ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ  ୭ ଲକ୍ଷ ଡେଇଁଛି। ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ସ୍ବୀକାର କରିଛି ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହୋଇଯିବେ। ତେବେ ୮୦ ପ୍ରତିଶତ ଲକ୍ଷଣବିହୀନ ରହିବେ।

ସେପଟେ ଦେଶର ଐତିହ୍ୟ ସ୍ଥଳଗୁଡ଼ିକୁ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିବା ବେଳେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ବନ୍ଦ ଜାରି ରଖିଛନ୍ତି।  କରୋନା ଗାଇଡ୍‌ ଲାଇନ ଅନୁସାରେ ଦିଲ୍ଲୀର କୁତବ ମିନାର ହୁମାୟୁନ ଟୁମ୍ବ ଆଜି ଖୋଲିଥିବା ବେଳେ ତାଜମହଲ କିନ୍ତୁ ଖୋଲିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.