ରବିବାର ଠାରୁ ବୁର୍ଲା ଭୀମସାରରେ ହେବ କରୋନା ଟେଷ୍ଟ

Published By : Prameya-News7 Bureau | April 18, 2020 IST

ସମ୍ବଲପୁର୧୮/୪:  କାଲିଠୁ ବୁର୍ଲା ଭୀମସାରରେ ହେବ କରୋନା ଟେଷ୍ଟ । ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ୨ଟି ସିପ୍ଟରେ ୯୦ ଜଣଙ୍କର ସାମ୍ପଲ ଟେଷ୍ଟ କରାଯିବ । ପ୍ରତି ସିଫ୍ଟରେ ୪୫ ଜଣଙ୍କର ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । NITକୁ ଆଉ ୨ଟି ମେସିନ୍ ମଗାଯାଇଛି । ମେସିନ୍ ଆସିବା ପରେ ଆହୁରି ଅଧିକ ଟେଷ୍ଟ କରାଯାଇପାରିବ । ଗତ ୧୫ ତାରିଖରୁ ଭିମସାରରେ କରୋନା ଟେଷ୍ଟିଂ ହେବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଭିତ୍ତିଭୂମି ଅଭାବରୁ ପରୀକ୍ଷଣ ଆରମ୍ଭ ହୋଇପାରୁନଥିଲା । ତେବେ ଆସନ୍ତାକାଲିଠୁ କରୋନା ଟେଷ୍ଟ ହୋଇପାରିବ ବୋଲି ସମୀକ୍ଷା ପରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.