କରୋନା ପଜିଟିଭ୍‌ କ୍ର୍ୟୁଙ୍କୁ ଆଣି ସଙ୍ଗରୋଧରେ ଡ୍ରାଇଭର

Published By : Prameya-News7 Bureau | July 12, 2020 IST

ପାରାଦୀପ୧୨/୭: ଜୁଲାଇ ମାସରେ ପ୍ରଥମ ସପ୍ତାହରେ ପାରାଦୀପରେ ଜଣେ ଜାହାଜ କର୍ମଚାରୀ କରୋନା  ପଜିଟିଭ୍ ଜଣାପଡିବା ପରେ ହଇଚଇ ଖେଳି ଯାଇଥିଲା। ଯଦିଓ ଏକଥାକୁ ଜିଲ୍ଲା ପ୍ରାଶାସନ ସ୍ବୀକାର କରିଥିଲେ। କିନ୍ତୁ ବନ୍ଦର ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିବାରୁ ଏବେ ବି ତାକୁ ନେଇ ଆଲୋଚନା ସାମଲୋଚନା ଚାଲିଛି। ହେଲେ ଉକ୍ତ କରୋନା ସଂକ୍ରମିତ କ୍ର୍ୟୁଙ୍କୁ ନେଇ କାରରେ ବୁଲିଥିବା ଡ୍ରାଇଭରଙ୍କୁ ଆଜି ହଠାତ୍ ସଙ୍ଗରୋଧରେ ନେଇ ରଖିବା ଦ୍ବାରା ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ମୁତାବକ, ଗତ ୩ ତାରିଖରେ ପାରାଦୀପ ବନ୍ଦରର ଏକ ଜାହାଜରୁ ଆସିଥିବା ୨ କ୍ର୍ୟୁଙ୍କୁ ନେଇ ଏକ ଆମ୍ବାସଡ଼ର କାର୍‌ରରେ ସ୍ଥାନୀୟ ସଞ୍ଜୟଗାନ୍ଧି ବସ୍ତିର  ଜଣେ କାର ଡ୍ରାଇଭର ପ୍ରଥମେ କୋଭିଡ୍‌ ହସ୍ପିଟାଲ ନେଇଥିଲେ।

ସେଠାରେ ଉଭୟଙ୍କ ପରୀକ୍ଷା କରାଯିବ ପରେ ଉଉୟଙ୍କୁ ପାରାଦୀପର ଏକ ହୋଟେଲକୁ ସଙ୍ଗରୋଧରେ ରହିବାକୁ ପଠାଇ ଦିଆଯାଇଥିଲା।ଏପରି କି ସେମାନଙ୍କୁ ଉକ୍ତ ହୋଟେଲକୁ ନେଇ ସେହି ଡ୍ରାଇଭର ଜଣଙ୍କ ଯାଇଥିବାର ସୂଚନା ରହିଛି। ହେଲେ ଉଭୟଙ୍କ ସ୍ବାବ୍ ପରୀକ୍ଷା ପରେ ଜଣେ କ୍ର୍ୟୁଙ୍କର ନେଗେଟିଭ୍ ଓ ଅନ୍ୟ ଜଣେ କ୍ର୍ୟୁଙ୍କର ପଜିଟିଭ୍‌ ଆସିଥିଲା। ତୁରନ୍ତ ପଜିଟିଭ୍ ଆସିଥିବା କ୍ର୍ୟୁଙ୍କୁ ଭୁବନେଶ୍ବର ଏକ ଘରୋଇ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା। ହେଲେ ଏବେ ଉକ୍ତ ଆମ୍ବାସଡ଼ର ଡ୍ରାଇଭରଙ୍କୁ ନେଇ ବଢ଼ିଛି ଚିନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.