Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କରୋନା ରୋଗୀଙ୍କ ବ୍ଲଡ ପ୍ଲାଜ୍‌ମା ହେବ ସଞ୍ଜୀବନୀ: ସମାନ ପଦ୍ଧତି ଆପଣାଇଥିଲା ଚୀନ୍

10/04/2020 at 6:48 PM

ଭୁବନେଶ୍ବର୧୦/୪: କରୋନା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି କଣ ଏହାକୁ ନେଇ ସାରା ବିଶ୍ବର ବୈଜ୍ଞାନିକମାନେ ଚିନ୍ତାରେ ଥିବା ବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ କରୋନା ଉପଷମ ପାଇଥିବା ରୋଗୀର ବ୍ଲଡ ପ୍ଲାଜମାକୁ ନେଇ ଚିକିତ୍ସାର ଦିଗ ଆଗେଇଛି। ଭାରତ ମଧ୍ୟ ଏନେଇ ଗବେଷଣାକୁ ଜୋର ଦେଇଛି।

କରୋନା ରୋଗୀର ବ୍ଲଡ ପ୍ଲାଜ୍‌ମା ହେବ ସଂଜୀବନୀ। କରୋନା ରୋଗରୁ ଉପଷମ ହୋଇଥିବା ରୋଗୀଙ୍କଠାରୁ ସଂଗୃହୀତ ବ୍ଲଡ ପ୍ଲାଜ୍‌ମା ଏବେ ଗୁରୁତର ରୋଗୀଙ୍କୁ ଦିଆଯାଉଛି। ଆମେରିକାରେ ଏନେଇ ରୋଗୀଙ୍କଠାରେ ବ୍ୟବହାର ହେଲାଣି। କରୋନାରୁ ମୁକ୍ତ ହୋଇଥିବା ନ୍ୟୁୟର୍କର ୩୭ ବର୍ଷିୟ ଡ୍ୟାନି ରିଏମର ନିଜର ରକ୍ତଦାନ କରିଥିଲେ। ତାଙ୍କର ବ୍ଲଡ ପ୍ଲାଜ୍‌ମା ତାଙ୍କଠାରୁ ଗୁରୁତର ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥିଲା। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ମେଥଡ କିଛି ନୂଆ ବି ନୁହେଁ ପୂର୍ବରୁ ୧୯୧୮ ଏବଂ ୧୯୫୭ ଫ୍ଲୁ ଏପିଡେମିକ୍‌ ସଂକ୍ରମଣ ସମୟରେ ପାଳନ କରାଯାଇଥିଲା । ଏପରିକି ସାର୍ସ ସଂକ୍ରମଣ ସମୟରେ ମଧ୍ୟ ଏହି ପଦ୍ଧତି ବେଶ ସହାୟକ ହୋଇଛି। କରୋନା କ୍ଷେତ୍ରରେ ଚୀନ ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରିଥିଲା।

ତେବେ କଣ ଏହି ଫ୍ଲାଜମା ମେଥଡ଼।  କୌଣସି ରୋଗୀ ଦେହରେ ସେହି ରୋଗ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଥାଏ। ଯେଉଁରୋଗୀଙ୍କ ଆଣ୍ଟିବଡି ଅଧିକ ଶକ୍ତିଶାଳୀ ହୁଏ ସେ ରୋଗଠାରୁ ବିଜୟୀ ହୋଇ ଭଲ ହୋଇଥାନ୍ତି ।ଏଣୁ  ଭଲ ହୋଇଥିବା ରୋଗୀଠାରୁ ସଂଗୃହୀତ ବ୍ଲଡ ପ୍ଲାଜମା ଆକ୍ରାନ୍ତ ରୋଗୀଙ୍କ ରକ୍ତରେ ପ୍ରୟୋଗ କରାଯିବା ଦ୍ବାରା ଆକ୍ରାନ୍ତ ରୋଗୀଙ୍କ ଦେହରେ ସେହି ରୋଗ ସହିତ ଲଢ଼ିବା ପାଇଁ କ୍ଷମତା ବୃଦ୍ଧି ପାଉଛି । ତେବେ ଏହା ସମସ୍ତ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ ନାହିଁ।  ଏହା କେବଳ କ୍ରିଟିକାଲ ପେସେଣ୍ଟଙ୍କ ଠାରେ ପ୍ରୟୋଗ କରାଯାଉଛି। ଭାରତରେ ଏହି ମେଥର ପ୍ରୟୋଗ ପାଇଁ ଆଇସିଏମଆର ଗ୍ରିନ ସିଗ୍ନାଲ ଦେଇଛି। କେରଳରେ ଏହି ମେଥଡ ପ୍ରଯୋଗ କରାଇବା ଲାଗି ଅନୁମତି ଦିଆଯାଇଛି। ତେବେ କରୋନା କ୍ଷେତ୍ରରେ ଏନେଇ ଅଧିକ ପରୀକ୍ଷାନିରୀକ୍ଷା ଜାରି ରହିଛି।

   Related Posts