ମୁଁ ତ ମେନ୍ ଜିନିଷ ଘୋଡ଼ାଇ ନାଚୁଛି, ଯେଉଁଦିନ ସେଇଟା ଖୋଲି ଦେବି...ଆଉ କ'ଣ କହୁଛନ୍ତି ଶୁଣନ୍ତୁ

Published By : Prameya-News7 Bureau | June 07, 2020 IST

ଭୁବନେଶ୍ବର୭/୬: ଯାତ୍ରାଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଖୋଲିଲେ ଗୁମର। ସ୍ବତନ୍ତ୍ର ସାକ୍ଷାତକାରରେ ରାନୀ ନିଜ ଜୀବନରେ ଘଟିଯାଇଥିବା କିଛି ଅଜଣା କଥା କ୍ୟାମେରା ସାମ୍ନାରେ କହିଛନ୍ତି। ସେ କହିଛନ୍ତି, ଲୋକେ କହୁଛନ୍ତି ରାନୀ ପଣ୍ଡା ପୋଷାକ ଖୋଲି ପିଙ୍ଗି ପେଣ୍ଡାଲରେ ନାଚୁଛି ହେଲେ ଶରୀର ଯେଉଁ ଜିନିଷ ଘୋଡ଼ାଇ ନାଚିବା କଥା ମୁଁ ନାଚୁଛି। ଯେଉଁଦିନ ସେଇଟା ଖୋଲି ଦେବି, ସେହିଦିନ ରାନୀ ପଣ୍ଡାକୁ ଲୋକେ ଖରାପ କହିଲେ ଚଳିବ। ସେ ଆହୁରି ମଧ୍ୟ କହିଛନ୍ତି, ଗୋଟେ ଚରିତ୍ରହୀନାକୁ ଚରିତ୍ରହୀନା କହିଲେ ବି ତାଙ୍କୁ କଷ୍ଟ ହେବ। ଲୋକେ ମୋତେ କେମିତି ଚରିତ୍ରହୀନା ବୋଲି ଲୋକେ କହୁଛନ୍ତି ବୋଲି ରାନୀ ପ୍ରଶ୍ନ କରିଥିଲେ। ଦୈତାରୀ ପଣ୍ଡାଙ୍କ ସଂପର୍କରେ ରାନୀ କହିଥିଲେ ଯେ, ସେ ଜଣେ ବରିଷ୍ଠ କଳାକାର। ତାଙ୍କ ସହ ମୁଁ ସମାନ ନୁହେଁ।ନିକଟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଦାନ କରି ରାନୀ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଦୈତାରୀ ପଣ୍ଡାଙ୍କୁ ମୁଁ ସମ୍ମାନ କରେ। ଶୁଣନ୍ତୁ ରାନୀ କଣ କହୁଛନ୍ତି.....

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.