କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ

Published By : Prameya-News7 Bureau | November 24, 2020 IST

ରାଇରଙ୍ଗପୁର୨୪/୧୧: କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ସହାୟତାର ହାତ ବଢ଼ାଇଲେ ରାଇରଙ୍ଗପୁର ଠିକାଦାର ସଂଘ। କିଛିଦିନ ତଳେ କରୋନା ସଂକ୍ରମିତ ହୋଇ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ପବିତ୍ର ବେହେରା ଏବଂ ପବିତ୍ର ବେହେରା। ପବିତ୍ର ବେହେରା ଜଣେ ଠିକାଦାର ନଥିଲେ। ସେ ବିଜୁ ଜନତା ଦଳର ଜଣେ ସକ୍ରିୟ କର୍ମୀ ଥିଲେ।

 ଖାଲି ସେତିକି ନୁହେଁ, ସେ ଏକାଧାରରେ ଜଣେ ସମାଜସେବୀ ଏବଂ ସଙ୍ଗଠକ ମଧ୍ୟ ଥିଲେ। ଏମାନଙ୍କ ମୃତ୍ୟୁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ପରିବାରରେ ଆର୍ଥିକ ଅବସ୍ଥା ବିଗିଡି ଯାଇଛି। ଠିକାଦାର ସଂଘ ପବିତ୍ର ବେହେରାଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା କରିଛନ୍ତି। ଆଗୁ ମଧ୍ୟ ଏମାନଙ୍କ ପରିବାରକୁ ସଂଘ ସାହାଯ୍ୟ କରିବ ବୋଲି ସଂଘର ସଭାପତି ସୁବା​‌ଷ ମଣ୍ଡଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ସଂଘର ସମ୍ପାଦକ ସୁଜିତ ପ୍ରଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.