Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଠକି ଦେଲେ ଠିକାଦାର: ହିତାଧିକାରୀଙ୍କ ନାଁରେ ଦସ୍ତଖତ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ୍

19/06/2020 at 5:25 PM

ଯାଜପୁର୧୯/୬: ସ୍ବଚ୍ଛ ଭାରତ ଯୋଜନାରେ ଅର୍ଥ ହଡପ୍ ଅଭିଯୋଗ। ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ଘୋଟାଲା । ଠିକାଦାର ଓ ଅସାଧୁ ଅଧିକାରୀ ମାଲାମାଲ । ଯାଜପୁର କୋରାଇ ବ୍ଲକ ବଡବିରୁହାଁ ପଞ୍ଚାୟତରେ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ପଞ୍ଚାୟତର ୮ ଶହରୁ ଉର୍ଦ୍ଧ୍ବ ହିତାଧିକାରଙ୍କ ନାମରେ ପାଇଖାନା ନିର୍ମାଣ ପାଇଁ ଅର୍ଥ ଆସିଥିବା ବେଳେ ସେଥିରୁ ପ୍ରାୟ ୨ ଶହ ପାଇଖାନା ନିର୍ମାଣ ନହୋଇ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ।

 ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବାରୁ ନିର୍ମାଣ ହୋଇଥିବା ପାଇଖାନାଗୁଡିକ ମଧ୍ୟ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ଫଳରେ ମଳତ୍ୟାଗ ବା ଶୌଚ ପାଇଁ ଲୋକେ ପୂର୍ବଭଳି ବିଲବାଡି ବା ପଡିଆକୁ ଯାଉଛନ୍ତି । ସରକାର ୧୨ ହଜାର ଟଙ୍କା ଦେଉଥିବା ବେଳେ ଅଧା ଅର୍ଥ ବି ଖର୍ଚ୍ଚ ହୋଇନଥିବା ଦର୍ଶାଇଛନ୍ତି ହିତାଧିକାରୀ। ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପଞ୍ଚାୟତର ସମିତିସଭ୍ୟ । ପ୍ରଶାସନିକ ଅଧିକାରୀ କହିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଫେଲ୍ ମାରିଛି ସ୍ବଚ୍ଛ ଭାରତ ଯୋଜନା । ହଡପ୍ ହୋଇଛି ଯୋଜନାର ଅର୍ଥ । ହିତାଧିକାରୀଙ୍କ ନାଁ ଏବଂ ଦସ୍ତଖତରେ ଲୁଟ୍ ହୋଇଛି ଲକ୍ଷଲକ୍ଷ ଟଙ୍କା । ଏଠି ପ୍ରଶ୍ନ ଉଠୁଛି କେମିତି ଏହା ସମ୍ଭବ ହେଲା ? ଏଭଳି ଦୁର୍ନୀତିର ମହାମାରୀ ଦେଖିବାକୁ ମିଳିଛି କୋରାଇ ବ୍ଲକ ବଡବିରୁହାଁ ପଞ୍ଚାୟତରେ । ଅଧିକାଂଶ ହିତାଧିକାରଙ୍କ ପାଇଁ ପାଇଖାନା ନିର୍ମାଣ ସରିଛି ହେଲେ ତାହା ବ୍ୟବହାର ହୋଇପାରୁନି । ନିମ୍ନମାନର କାମ ଯୋଗୁଁ ଧରାଶାୟୀ ହେବାକୁ ବସିଲାଣି ପାଇଖାନା ଗୃହ । କେଉଁଠି ପାଇଖାନାର କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ପାଇଖାନା ଘର ଅଧାକାମ କରି ଛୁ ମାରିଲେଣି ଠିକାଦାର । ଲୋକମାନେ କିଭଳି ଏହି ଯୋଜନାର ସଠିକ୍ ସୁବିଧା ପାଇବେ ଓ ଏହାର ସୁବିନିଯୋଗ ହୋଇପାରିବ ସେଥିପାଇଁ ପ୍ରଶାସନ ନିକଟରେ ଅଳି କରିଛନ୍ତି ଉପଭୋକ୍ତା ।

ସୂଚନା ମୁତାବକ ସ୍ବଚ୍ଛ ଭାରତ ଯୋଜନାରେ ପଞ୍ଚାୟତର ମୋଟ୍ ୧୦୨୩ ହିତାଧିକାରଙ୍କ ପାଇଁ ପାଇଖାନା ନିର୍ମାଣ ପାଇଁ ସ୍ବୀକୃତି ମିଳିଥିଲା । ସେଥିମଧ୍ୟରୁ ୮୦୫ଟି ପାଇଖାନା ତିଆରି ହୋଇଥିବାର ତଥ୍ୟ ମିଳିଛି । ହେଲେ ବାସ୍ତବ କ୍ଷେତ୍ରରେ ୬ ଶହ ପାଇଖାନା ବି ମିଳିବା ମୁସ୍କିଲ ହୋଇଯାଇଛି । ପାଇଖାନା ତାଲିକାରେ ଜାଲିଆତି ହୋଇଥିବା ଦର୍ଶାଇଛନ୍ତି ସମ୍ପୃକ୍ତ ପଞ୍ଚାୟତର ସମିତିସଭ୍ୟ । ଏହି ଯୋଜନାରେ ପ୍ରତ୍ୟେକ ପାଇଖାନା ପାଇଁ ୧୨ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ଅଧା ଟଙ୍କା ବି ଏଥିରେ ଖର୍ଚ୍ଚ ହୋଇନଥିବା ସେ ଦର୍ଶାଇଛନ୍ତି ।

ଏହି ଦୁର୍ନିତିର ଭିଜିଲାନ୍ସ ତଦନ୍ତ ଦାବୀ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସମିତି ସଭ୍ୟ । ସେପଟେ ସମ୍ପୃକ୍ତ କୋରେଇ ବ୍ଲକର ବିଡିଓ କ୍ୟାମେରା ସାମନ୍ନାରେ ପ୍ରତିକ୍ରିୟା ରଖିବାକୁ ସିଧା ସଳଖ ମନା କରିଦେଇଥିଲେ । ଯାହାକୁ ନେଇ ଅନେକ ପ୍ରଶ୍ନ ବାଚୀ ଶ୍ରୁଷ୍ଠୀ ହୋଇଛି । ସ୍ଵଛଭାରତ ଅଭିଯାନରେ ଦିଆଯାଇଥିବା ପାଇଖାନାକୁ ସମ୍ପୂର୍ଣ ଚଳୁ କରିଥିବା ଠିକାର ଦାର ଙ୍କ ସହ ଏହା ପଛରେ  ପ୍ରଶାସନିକ ଅଧିକାରୀ ଙ୍କ କୌଣସି ହାତ ନାହିତ । ଯଦି ନାହିଁ  ବିଡିଓ ମୋହ ଦୟା ପ୍ରତିକ୍ରିୟା ରଖିବାକୁ ମନା କଲେ କଣ ପାଇଁ ।    

   Related Posts