ଅନ୍ତିମ ପର୍ଯ୍ୟାୟରେ ଦୁନିଆର ଉଚ୍ଚତମ ରେଲଓ୍ଵେ ବ୍ରିଜର ନିର୍ମାଣ କାର୍ଯ୍ୟ, ଦୃଶ୍ୟ ଦେଖି ଖୁସିରେ ଝୁମି ଉଠିବ ଦେଶ
5/04/2021 at 9:40 PM

ନୂଆଦିଲ୍ଲୀ ୦୫।୦୪: ଭାରତୀୟ ରେଲଓ୍ଵେ ସୋମବାର ଚେନାବ ନଦୀ ଉପରେ ନିର୍ମାଣଧୀନ ଦୁନିଆର ସବୁଠୁ ଉଚ୍ଚତମ ରେଲଓ୍ଵେ ପୋଲର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରି ଦେଶକୁ ଗୌରବାନ୍ଵିତ କରିବାର ଉପଲବ୍ଧି ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ମେସେଜ୍ ଜରିଆରେ ସମସ୍ତ ଭାରତୀୟଙ୍କ ପାଇଁ ଏହା ଗୌରବର କ୍ଷଣ ବୋଲି କହିଛନ୍ତି।

ଯେବେ ପୋଲର ଅନ୍ତିମ କାର୍ଯ୍ୟ ପୂରା ହେଲା ଏଥିରେ ନିୟୋଜିତ ସମସ୍ତ ଲୋକେ ବନ୍ଦେ ମାତରମ ନାରା ଦେଇଥିଲେ ଏବଂ ପରସ୍ପରର ହାତ ମିଳାଇଥିଲେ। ସେଠାରେ ଉପସ୍ଥିତ ଅଧିକାରୀ କହିଛନ୍ତି, ଏହା ଦୀର୍ଘ ସମୟ ଧରି ଚାଲି ଆସିଥିବା କାଶ୍ମୀର ରେଲ୍ ଟ୍ରାକର ମାର୍ଗକୁ ପୂରା କରିବ। ଏହା ଜରିଆରେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଟ୍ରେନ ପହଞ୍ଚିବାରେ ସକ୍ଷମ ହୋଇ ପାରିବ। ଏହି ପୋଲକୁ ଦୁନିଆର ସବୁଠୁ ଉଚ୍ଚତମ ପୋଲ କୁହାଯାଏ।

ଏହି ରେଲଓ୍ଵେ ପୋଲକୁ ଚେନାବ ନଦୀ ତଳସ୍ତରରୁ ୩୫୯ ମିଟରରୁ ଅଧିକ ଉଚ୍ଚରେ ନିର୍ମାଣ କରାଯାଇଛି। ଏହା ଇଞ୍ଜିନିୟରଙ୍କ ପାଇଁ ଏକ ବଡ ଉପଲବ୍ଧି। ପୋଲ ନିର୍ମାଣରେ ୧୦ ବର୍ଷରୁ ଅଧିକ ସମୟ ଲାଗିଛି। ୧୩୧୫ ମିଟରର ଏହି ପୋଲ ଉଭୟ ପାର୍ଶ୍ଵରେ ବକ୍କଲ ଓ କୌରି କ୍ଷେତ୍ରକୁ ସଂଯୋଗ କରୁଛି। ପୋଲ ଉଚ୍ଚ ତୀବ୍ରତାର ଭୂକମ୍ପ ଝଟକା ସହ୍ୟ କରିବାର କ୍ଷମତା ରହିଛି।

ପୋଲରୁ ପାକିସ୍ତାନର ଆକାଶ ମାର୍ଗରୁ ଦୂରତା କେବଳ ୬୫ କିଲୋମିଟର ରହିଛି। ପୋଲର ଉଦଘାଟନୀ ସମାରୋହରେ ରେଲଓ୍ଵେ ମନ୍ତ୍ରୀ ପିୟୂଷ ଗୋଏଲ, ରେଲଓ୍ଵେ ସିଇଓ ତଥା ଉପାଧ୍ୟକ୍ଷ ସୁନିତ ଶର୍ମା, ଉତ୍ତର ରେଲଓ୍ଵେର ମହା ପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ ଓ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।