Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କୋରାପୁଟ ବାଇପାସ୍‌ ନିର୍ମାଣ ପ୍ରସଙ୍ଗ: ଜମି ଛାଡିବ ରେଳ ବିଭାଗ

6/07/2020 at 10:24 PM

କୋରାପୁଟ୬/୭: କୋରାପୁଟ ସହର ଜାତୀୟ ରାଜପଥ ବାଇପାସ୍‌ ସମସ୍ୟାର ସମାଧାନ ବାଟ ଫିଟିଛି। ଶେଷରେ ରେଳ ବିଭାଗ ଜମି ଛାଡିବାକୁ ରାଜି ହୋଇଛି। ଜାତୀୟ ରାଜପଥ ବାଇପାସ୍ ପାଇଁ ଜମି ଛାଡିବାକୁ ଦୀର୍ଘ ୬ ବର୍ଷ ଧରି କୁନ୍ଥୁକୁନ୍ଥଉ ହେଉଥିବା ବେଳେ ରେଳ ବିଭାଗର ସୋମବାର ଯୁଗ୍ମ କମିଟିର କ୍ଷେତ୍ର ପରିଦର୍ଶନ ପରେ ଜମି ଛାଡିବାକୁ ରାଜ ହୋଇଛି। କ୍ଷେତ୍ର ପରିଦର୍ଶନ ବେଳେ ରେଳ ବିଭାଗର ଅସହଯୋଗ ମନୋଭାବକୁ  ନେଇ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

 ସ୍ଥାନୀୟ ବିଧାୟକ ଓ ନେତାମାନେ ରେଳ ବିଭାଗର ଏପରି ମନୋଭାବକୁ କ୍ଷେତ୍ର ପରିଦର୍ଶନ ବେଳେ କଡ଼ା ବିରୋଧ କରିଥିଲେ। ସହଯୋଗ ନକଲେ ରେଳ ବିଭାଗ ପରିଣାମ ଭୋଗିବ ବୋଲି ଚେତାବନୀ ଦେଇଥିଲେ। ଫଳରେ ଶେଷ ରେଳବିଭାଗ ଜମିରେ ରାସ୍ତା ଛାହିବାକୁ ରାଜି ହୋଇଛି। ଦୀର୍ଘ ୬ ବର୍ଷ ବିବାଦର ସମାଧାନ ରାସ୍ତା ବାହାରିଛି। ରେଳବାଇ କଲୋନୀ ପାର୍ଶ୍ବରେ ବାଇପାସ୍ ନିର୍ମାଣ କରିବା ନେଇ ଜାତୀୟ ରାଜପଥ ବିଭାଗର ପ୍ରସ୍ତାବକୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତିନିଦିନ ଭିତରେ ରେଳ ବିଭାଗ ଓ ଜାତୀୟ ରାଜପଥ ବିଭାଗ ଇଞ୍ଜିନିୟର ଜମି ସର୍ଭେ କରିବେ। ମିଳିତ ସର୍ଭେ ପରେ ଡିଆରଏମ୍‌ଙ୍କ ଠାରୁ ଫାଇନାଲ ଆପ୍ରୁଭାଲ ଆଣି କାମ ଆରମ୍ଭ କରାଯିବ ବୋଲି କୋରାପୁଟ ଜିଲ୍ଳାପାଳ କହିଛନ୍ତି।

   Related Posts