ଝାରସୁଗୁଡାରେ ଦ୍ରୁତଗତିରେ ଆଗେଇ ଚାଲିିଛି ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲର ନିର୍ମାଣ କାର୍ଯ୍ୟ...

Published By : Prameya-News7 Bureau | April 11, 2020 IST

ଝାରସୁଗୁଡା୧୧/୪: ଦିନକୁ ଦିନ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାର ରାଜ୍ୟ ସରକାର ସବୁ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି। ସେଥିମଧ୍ୟରୁ କିଛି ଜିଲ୍ଲାରେ କୋଭିଡ-୧୯ ହସ୍ପିଟାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି। ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବଜାର ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

{"id":252453,"sizeSlug":"large"}

 ସେଥିପାଇଁ ଜରାଜୀର୍ଣ୍ଣ ହୋଇ ପଡି ରହିଥିବା ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଆପାତତଃ ଆଗାମୀ ୧୫ ତାରିଖ ସୁଦ୍ଧା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୧୦୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ଲୋକାର୍ପଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଶଯ୍ୟା ଗୁଡିକ ଅବସ୍ଥାପିତ କରାଯିବା ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ମଧ୍ୟ କରାଯାଉଛି।

{"id":252454,"sizeSlug":"large"}

ଏହି ହସ୍ପିଟାଲରେ କୋଭିଡ୍-୧୯ର ଆକ୍ରାନ୍ତ ମାନଙ୍କ ଚିକିତ୍ସା ପାଇଁ ୨୦ଜଣ ଡାକ୍ତର  ସେବା ଯୋଗାଇ ଦେବେ । ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ ଲୋକାର୍ପିତ କରାଯିବାକୁ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଏଠାରେ ୧୦ଟି ( ICU)  ବ୍ୟବସ୍ଥା ମଧ୍ୟ କରାଯାଇଛି । ସମସ୍ତ ଆନୁସଙ୍ଗିକ ସୁବିଧା ବେଦାନ୍ତ ପକ୍ଷରୁ ଯୋଗାଇ ଦିଆଯିବ । ଅନ୍ୟପଟେ ରାଜ୍ୟରେ ଜିଲ୍ଲା ସମେତ କଟକ ଏବଂ ଭୁବନେଶ୍ବରରେ କୋଭିଡ-୧୯ ହସ୍ପିଟାଲ ନିର୍ମାର କାର୍ଯ୍ୟ ସରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.