କ୍ୟାପ୍ଟେନଙ୍କ ପାକିସ୍ତାନୀ ବାନ୍ଧବୀ ଏବଂ ଆଇଏସ୍ଆଇ କନେକ୍ସନ୍‌ ଖୋଜିବେ ପଞ୍ଜାବ ସରକାର, ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | October 22, 2021 IST

ଚଣ୍ଡିଗଡ଼ ୨୨/୧୦:  ଶେଷ ହୋଇନି ପଞ୍ଜାବ କଳି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ଜୋରସୋରରେ ଲାଗିପଡ଼ିଛନ୍ତି ପଞ୍ଜାବ ସରକାର। ଏବେ ଅମରିନ୍ଦରଙ୍କ ପାକିସ୍ତାନୀ ବାନ୍ଧବୀ ଏବଂ ଆଇଏସଆଇ କନେକ୍ସନ ଖୋଜିବାକୁ ସରକାର ଅଣ୍ଟା ଭିଡ଼ିଥିବା ବେ​‌ଳେ ଉପମୁଖ୍ୟମନ୍ତ୍ରୀ  ଡିଜିପିଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧଓ୍ବା ଅମରିନ୍ଦରଙ୍କ ବାନ୍ଧବୀ  ଅରୁସା  ଆଲାମ ଏବଂ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ମଧ୍ୟରେ କିଛି ଲିଙ୍କ ଅଛି କି ନାହିଁ ଯାଞ୍ଚ କରିବାକୁ ଡିଜିପି ଇକବାଲ ପ୍ରୀତ ସହୋତାଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ଅମରିନ୍ଦର ସିଂହଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ତାଙ୍କ ପାକିସ୍ତାନୀ ମହିଳା ମିତ୍ର ସରକାରୀ ବାସଭବନ ଛାଡ଼ିନଥିଲେ ବୋଲି ରାନ୍ଧଓ୍ବା ଅଭିଯୋଗ ମଧ୍ୟ କରିଛନ୍ତି । ଜଳନ୍ଧରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାପ୍ଟେନଙ୍କୁ କେମିତି ଜଣାପଡ଼ିଲା ଯେ ପଞ୍ଜାବ ଉପରେ ଆଇଏସଆଇର ବିପଦ ରହିଛି। ଏହାର ଅର୍ଥ ତାଙ୍କୁ କେହି ଜଣେ ସୂଚନା ଦେଉଥିଲା। ରାନ୍ଧଓ୍ବା ମଞ୍ଚ ଉପ​‌ରେ ହିଁ ମାମଲାରେ ଯାଞ୍ଚ କରିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ।

wp:html /wp:html

ଇଡି ମାମଲାର ସାମ୍ନା କରିବା ପରେ ଏବଂ ପାକିସ୍ତାନ ନାଗରିକଙ୍କୁ ଶରଣ ଦେବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପି ସହ ହାତ ମିଳାଇଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ପଞ୍ଜାବରେ ସୀମା ସୁରକ୍ଷା ବଳଙ୍କ କ୍ଷମତା କ୍ଷେତ୍ର ଅନ୍ତର୍ଜାତୀୟ ସୀମାରୁ ୫୦ କି.ମି ହୋଇଯିବା ପରେ ରାନ୍ଧଓ୍ବା କହିଛନ୍ତି, ବିଏସଏଫଠୁ ଅଧିକ କାମ ପଞ୍ଜାବ ପୋଲିସ କରୁଛି। ପଞ୍ଜାବ ପୋଲିସ ଆତଙ୍କବାଦ ସାମାପ୍ତ କରିଛି। ତେଣୁ ପଞ୍ଜାବ ପୋଲିସ ଉପରେ ଆଙ୍ଗୁଳି ନିର୍ଦେଶ କରିହେବ ନାହିଁ ବୋଲି ପଞ୍ଜାବ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ନେତା ଅକଲୀମ ଅଖତରଙ୍କର ଝିଅ ହେଉଛନ୍ତି ସାମ୍ବାଦିକା ଅରୁସା ଆଲମ। ୨୦୦୪ରେ ଅମରିନ୍ଦର ସିଂହ ପାକିସ୍ତାନ ଯାଇଥିବା ବେଳେ ତାଙ୍କର ଅରୁସାଙ୍କ ସହିତ ଭେଟ ହୋଇଥିଲା । ଏହାପରେ ଅରୁସା ଅମରିନ୍ଦରଙ୍କ ମଧ୍ୟରେ ବନ୍ଧୁତ୍ବ ସ୍ଥାପନ ହୋଇଥିଲା । ଏବେ ଅରୁସାଙ୍କ ଆଇଏସ୍ଆଇ ସହିତ ଲିଙ୍କ ରହିଛି ବୋଲି ପଞ୍ଜାବର କଂଗ୍ରେସ ସରକାର ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.