ରାଜ୍ୟସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିବ ଆଉ ଏକ ଝଟକା, ପ୍ରସ୍ତୁତି କରୁଛି ବିଜେପି

Published By : Prameya-News7 Bureau | June 10, 2020 IST

ଭୋପାଲ ୧୦।୬: ମଧ୍ୟପ୍ରଦେଶରେ ପୁଣି ଏକ ରାଜନୈତିକ ଭୂକମ୍ପର ପୂର୍ବାନୁମାନ ହେଲାଣି।  ରାଜ୍ୟ ରାଜନୀତିରେ ଏହି କମ୍ପନ ହୁଏତ ଆଗାମୀ ରାଜ୍ୟସଭା ନିର୍ବାଚନ ବେଳେ ଅନୁଭୂତ ହୋଇପାରେ। ଏଥିଲାଗି ରାଜ୍ୟ ବିଜେପି ଏବେ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିପଡିଛି। ୩ ମାସ ପୂର୍ବେ ୨୨ ବିଧାୟକଙ୍କ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିଥିଲେ। ଫଳରେ ରାଜ୍ୟରେ କମଲ ନାଥଙ୍କ ସରକାର ଭାଙ୍ଗିଯାଇଥିଲା।  ଏଥିରେ ଜୁନ ୨୪ରେ  ବିଧାନସଭା ଉପନିର୍ବାଚନ  ହେବାକୁ ଯାଉଥିବା ବେଳେ ତା ପୂର୍ବରୁ କଂଗ୍ରେସକୁ ପୁଣି ବିଜେପି ଏକ ଝଟକା ଦେବ ବୋଲି ଜଣାପଡିଲାଣି। 

{"id":284341,"sizeSlug":"large"}

ରାଜ୍ୟସଭା ନିର୍ବାଚନକୁ ବିଜେପି ଉପନିର୍ବାଚନ ପୂର୍ବରୁ ଏକ ସୁଯୋଗ ଭାବେ ଉପଯୋଗ କରିବାକୁ ଚାହୁଁଛି। ଏଣୁ କଂଗ୍ରେସର ଅସନ୍ତୁଷ୍ଟଙ୍କୁ ଏବେ ନିଜ ଆଡକୁ ଭିଡିବା ଲାଗି ରାଜ୍ୟ ବିଜେପି ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳୁଛି। ବିଜେପିର ଜନୈକ ବରିଷ୍ଠ ନେତା ତଥା ପୂର୍ବତନ ଖାଦ୍ୟ ଓ ଯୋଗାଣ ନିଗମ ଅଧ୍ୟକ୍ଷ ଡା.ହିତେସ ବାଜପେୟୀ ରାଜ୍ୟରେ କଂଗ୍ରେସ ଭାଙ୍ଗିବା ନିଶ୍ଚିତ ବୋଲି କହିଛନ୍ତି। ତେବେ ପ୍ରଦେଶ କଂଗ୍ରେସରେ ଏହି ବିସ୍ଫୋରଣ ଆଭ୍ୟନ୍ତରିଣ ହେବ କି ଲୋକେ ବାହାରକୁ ବାହାରି ବିରୋଧ କରିବେ ତାହା ସମୟ କହିବ ବୋଲି ଡା. ବାଜପେୟୀ କହିଛନ୍ତି। ତେବେ ଏଥିରେ ରାଜ୍ୟ ବିଜେପିର କୌଣସି ଭୂମିକା ରହିବନି ତେବେ କଂଗ୍ରେସରେ ଥିବା ଆଭ୍ୟନ୍ତରିଣ ଅସନ୍ତୋଷ ଯୋଗୁ  ଏହା ହେବାକୁ ଯାଉଥିବା ସେ କହିଛନ୍ତି।

{"id":284342,"sizeSlug":"large"}

ତେବେ ମିଳିଥିବା ସୂଚନା ଅନୁସାରେ ସିନ୍ଧିଆଙ୍କ ୨୨ ବିଧାୟକଙ୍କ ସମେତ କଂଗ୍ରେସର ଆହୁରି ଅନେକ ବିଧାୟକ ମଧ୍ୟ ବିଜେପି ସମ୍ପର୍କରେ ଥିଲେ। ତେବେ ସେମାନେ ସିନ୍ଧିଆଙ୍କ ବ୍ୟାନରରେ ଦଳକୁ ଯିବାକୁ ଚାହୁଁନଥିଲେ। ଏଣୁ ଏପରି ବିଧାୟକଙ୍କ ସହ ବିଜେପି ଏବେବି ସମ୍ପର୍କରେ ଅଛି। ଯେଉଁମାନଙ୍କୁ ଆଗାମୀ ରାଜ୍ୟସଭା ନିର୍ବାଚନରେ ଦଳ ଉପୟୋଗ କରିବାକୁ ଚାହୁଁଥିବାର ଏବେ ସୂଚନା ମିଳୁଛି। ତେବେ ଏଭଳି ଆଶଙ୍କାକୁ ପ୍ରଦେସ କଂଗ୍ରେସ ମୁଖପାତ୍ର ଅଜୟ ଯାଦବ ସ୍ୱୀକାର କରିନାହାନ୍ତି। ଯେଉଁମାନଙ୍କର ଯିବାର ଥିଲା ସେମାନେ ଚାଲି ଯାଇଛନ୍ତି। ଏବେ ଜଣେ ବି ବିଧାୟକ ବିଜେପି ପ୍ରତି ଆଗ୍ରହୀ ନାହାନ୍ତି ବୋଲି ସେ କହିଛନ୍ତି।

{"id":284345,"sizeSlug":"large"}

ତେବେ ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ଦଳର କିଛି ବିଧାୟକ  ଦିଗବିଜୟ ସିଂହଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ କରିବାକୁ ଚାହାନ୍ତି ନାହିଁ ବୋଲି ଜଣାପଡିଛି। ଏଥିଲାଗି ସେମାନଙ୍କର ବୈଠକ ବି ହୋଇ ସାରିଛି। ଏହି ବିଧାୟକଙ୍କର ପାର୍ଟି ଅଥବା ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ନେଇ କୌଣସି ଅସନ୍ତୋଷ ନାହିଁ। ଏମାନେ ଦଳିତ ନେତା ଫୁଲସିଂହ ବରୈୟାଙ୍କୁ ରାଜ୍ୟସଭା ପଠାଇବାକୁ ସୁପାରିଶ ମଧ୍ୟ କରୁଛନ୍ତି। ଏଥିରେ ଯଦି ପାର୍ଟି ଦିଗବିଜୟଙ୍କୁ ପ୍ରାର୍ଥୀ କରେ ତେବେ ଏହି ବିଧାୟକମାନେ ଦଳରେ ବିଦ୍ରୋହ କରିବାର ଆଶଙ୍କା କରାଯାଉଛି। ଏହି ଆଧାରରେ ଦେଖିବାକୁ ଗଲେ କଂଗ୍ରେସରେ ପୁଣି ବିଭାଜନର ଆଶଙ୍କା କରାଯାଉଥିବାର ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.