Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କୃଷି ଅଧ୍ୟାଦେଶରେ ବିଜେପିକୁ ଘେରୁ ଘେରୁ ନିଜ ଜାଲରେ ଫସିଲା କଂଗ୍ରେସ, ୨୦୧୩ର ଭିଡିଓ ଭାଇରାଲ

18/09/2020 at 10:37 PM

ନୂଆଦିଲ୍ଲୀ ୧୮।୦୯: ମୋଦୀ ସରକାର ଦ୍ଵାରା ଲୋକସଭାରେ ଉପସ୍ଥାପିତ କୃଷି ବିଧେୟକର ବିରୋଧକୁ ନେଇ କଂଗ୍ରେସ ବ୍ୟାକଫୁଟ୍‌ରେ ଥିବା ନଜର ଆସୁଛି। ଏହି ଅଧ୍ୟାଦେଶକୁ ନେଇ ବିଜେପିକୁ ଘେରୁ ଘେରୁ ଏବେ କଂଗ୍ରେସ ନିଜ ଜାଲରେ ଫସି ଯାଇଛି। ପ୍ରମମେ କଂଗ୍ରେସର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା କହିଛନ୍ତି ଲୋକସଭାରେ ଗୃହୀତ କୃଷି ସମ୍ବନ୍ଧିତ ଅଧ୍ୟାଦେଶ କଂଗ୍ରେସର ନିର୍ବାଚନୀ ଘୋଷଣା ପତ୍ରରେ ପୂର୍ବରୁ ଥିଲା। ଏବେ ଅଧ୍ୟାଦେଶକୁ ନେଇ କଂଗ୍ରେସର ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀଙ୍କ ସାମ୍ନାରେ କଂଗ୍ରେସ ନେତା ଘୋଷଣା କରିଥିଲେ ଯେ, ଏପିଏମସି ଆକ୍ଟରେ କଂଗ୍ରେସ ଶାସିତ ରାଜ୍ୟରେ ସଂଶୋଧନ କରାଯିବ।

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓ ୨୦୧୩ ଡିସେମ୍ବର ୨୭ ତାରିଖର। ଏହି ଭିଡିଓରେ କଂଗ୍ରେସ ନେତା ଅଜୟ ମାକନ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ଘୋଷଣା କରୁଛନ୍ତି ଯେ,  ମହଙ୍ଗା ଓ ଦୁର୍ନୀତି ବିରୋଧରେ ଲଢିବା ପାଇଁ କଂଗ୍ରେସର ୧୧ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, କୃଷକଙ୍କ ଉନ୍ନତି ପାଇଁ ଏବଂ ଉପଭୋକ୍ତାଙ୍କୁ କମ ମୂଲ୍ୟରେ ଫଳ ଓ ପନି ପରିବା ଉପଲବ୍ଧ କରାଇବା ପାଇଁ ଏପିଏମସି ଆକ୍ଟ ଆଧାରରେ ପ୍ରସ୍ତୁତ ଲିଷ୍ଟରୁ ହଟାଇ ଦିଆଯିବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସରୁ ନିଷ୍କାସିତ ପାର୍ଟିର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା ଶୁକ୍ରବାର ଟ୍ଵିଟ୍ କରିଥିଲେ ଯେ, ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାରରେ ଏପିଏମସି ଅଧିନିୟମ ସମାପ୍ତ କରିବା ଏବଂ କୃଷି ଉତ୍ପାଦକୁ ପ୍ରତିବନ୍ଧକରୁ ମୁକ୍ତ କରିବାର କଥା କହିଥିଲା।  ସଞ୍ଜୟ ଝା କହିଛନ୍ତି କଂଗ୍ରେସ ଯେଉଁ ପ୍ରତିଶ୍ରୁତି ନିଜର ଘୋଷଣା ପତ୍ରରେ କହିଥିଲା, ତାହା ମୋଦୀ ସରକାର ଆଜି ପୂରା କରିଛନ୍ତି। ଝା କହିଛନ୍ତି ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଏକମତ।

ଏହା ଉପରେ ବିଜେପି କହିଛି କଂଗ୍ରେସର କହିବା ଏବଂ କରିବାରେ ସର୍ବଦା ଭିନ୍ନତା ରହିଛି। କୃଷି ସମ୍ବନ୍ଧିତ ଅଧ୍ୟାଦେଶ ଉପରେ କରାଯାଉଥିବା ବିରୋଧ ଏଥିରୁ ସ୍ପଷ୍ଟ ଜଣା ପଡୁଛି। ବିଜେପି କହିଛି କୃଷକଙ୍କ ହିତରେ ଏବଂ ସେମାନଙ୍କୁ ବନ୍ଧନରୁ ମୁକ୍ତ କରିବା ପାଇଁ ଅଣାଯାଇଥିବା ଏହି ବିଲ୍‌ର ବିରୋଧ କରି କଂଗ୍ରେସର କୃଷକ ବିରୋଧୀ ଚିନ୍ତାଧାରା ମଧ୍ୟ ସାମ୍ନାକୁ ଆସିଛି। ମାତ୍ର ଜନତା ସବୁ ଜାଣୁଛନ୍ତି ଏବଂ ବୁଝୁଛନ୍ତି। ସେମାନେ ବୁଝି ପାରୁଛନ୍ତି ଯେ, ଏହି ବିଲ୍‌ କୃଷକ, ଉପଭୋକ୍ତା ଏବଂ ଦେଶର ହିତ ପାଇଁ ଉଦ୍ଦିଷ୍ଟ।

   Related Posts