ନୂତନ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେଲେ କଂଗ୍ରେସ ସାଂସଦ, ଅମରିନ୍ଦର ସିଂହ କହିଲେ- କେନ୍ଦ୍ରର ଏକଚାଟିଆ ନିଷ୍ପତ୍ତି

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ ୨୮।୦୯: ଆଜି ସମଗ୍ର ଦେଶରେ କଂଗ୍ରେସ କର୍ମକର୍ତ୍ତା ତିନି ନୂତନ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ମଧ୍ୟରେ କେରଳର ତ୍ରିଶୁରରୁ କଂଗ୍ରେସର ସାଂସଦ ଟିଏନ ପ୍ରତାପନ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି। ଟିଏନ ପ୍ରତାପନ କହିଛନ୍ତି ଯେ, ସରକାର ତରବରିଆ ଭାବେ ଏହି ବିଧେୟକୁ ସଂସଦରୁ ପାରିତ କରାଇଛନ୍ତି। ଏବେ ଘରୋଇ କମ୍ପାନୀ ଚାଷୀଙ୍କୁ ଶୋଷଣ କରିବେ। କୃଷକଙ୍କ ଅଭିଯୋଗକୁ କେନ୍ଦ୍ର ସରକାର  ସଂପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି। ସେମାନଙ୍କର ଅଭିଯୋଗ ଶୁଣିବାକୁ ଉଚିତ୍ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ବ୍ୟବସାୟୀ ଜମାଖୋରୀ କରି ଉତ୍ପାଦକକୁ ଅଧିକ ଦରରେ ବିକ୍ରି କରିବେ।

wp:html /wp:html

ଅନ୍ୟପଟେ ଏହି ଆଇନ ବିରୋଧରେ ପ୍ରଦର୍ଶନର ନେତୃତ୍ଵ ନେଇଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ସେ ଏହି ଆଇନକୁ ନିରସ୍ତ୍ର କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ  ହେବେ। ସେ କହିଛନ୍ତି କୃଷି ରାଜ୍ୟର  ବିଷୟ। ଏହା ଉପରେ କେନ୍ଦ୍ର ସରକାର ଏକତରଫା ନିଷ୍ପତ୍ତି ନେଇ ପାରିବେ ନାହିଁ। ଏହା ସଂପୂର୍ଣ୍ଣ ଭାବେ ଅସାମ୍ବିଧାନିକ।

wp:html /wp:html

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଆଜି ବିରୋଧ ପ୍ରଦର୍ଶନ କରୁଥିବା କିଛି କର୍ମକର୍ତ୍ତା ଟ୍ରାକ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି। ଏହି ଆଇନ୍‌କୁ ବିରୋଧ କରି ବିଜେପିର ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଳ ଏନଡିଏରୁ ଓହରି ଯାଇଛନ୍ତି। କିଛି ଦିନ ପୂର୍ବେ କେନ୍ଦ୍ର ସରକାରରୁ ମନ୍ତ୍ରୀ ହରସିମରତ କୌର କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ। ପଞ୍ଜାବ ଓ ହରିୟାଣାର କୃଷକ ସଂଗଠନ ଏହି ଆଇନ ବିରୋଧରେ ବ୍ୟାପକ ଭାବେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଉଲ୍ଲେଖନୀୟ କୃଷକ ଓ ରାଜନୈତିକ ଦଳଗୁଡିକ ତରଫରୁ ଲଗାତାର ଜାରି ବିରୋଧ ମଧ୍ୟରେ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୌସୁମି ଅଧିବେଶନରେ ସଂସଦରୁ ଗୃହୀତ ତିନି କୃଷି ବିଧେୟକ ଉପରେ ମୋହର ମାରିଛନ୍ତି। କୃଷକ ଓ ସମସ୍ତ ବିରୋଧୀ ଦଳ ଏହି  ବିଧେୟକ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ହେଲେ ତାଙ୍କ ଅପିଲ୍ ପ୍ରଭାବହୀନ ରହିଛି। ରାଷ୍ଟ୍ରପତି ଜାମ୍ମୁ-କାଶ୍ମୀର ସରକାରୀ ଭାଷା ବିଲ୍‌ ୨୦୨୦କୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଗେଜେଟ୍ ପ୍ରକାଶିତ ହେବା ପରେ ବିଧେୟକ ଆଇନରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.