Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କହିଲେ- ଜୋ ବାଇଡେନଙ୍କ ସହାୟତାରେ ଜାମ୍ମୁ-କାଶ୍ମୀରରେ ଲାଗୁ କରିବୁ ଧାରା ୩୭୦

9/11/2020 at 4:30 PM

ଶ୍ରୀନଗର ୦୯।୧୧: ଜାମ୍ମୁ-କାଶ୍ମୀରରେ କଂଗ୍ରେସ ନେତା ଜହାନଜେବ ସିରଓ୍ଵାଲ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହାୟତାରେ ଜାମ୍ମୁ-କାଶ୍ମୀରରେ ପୁନର୍ବାର ଅନୁଚ୍ଛେଦ ୩୭୦ ଲାଗୁ କରାଯିବ। ସିରଓ୍ଵାଲ ଜୋ ବାଇଡେନ ଏବଂ କମଲା ହ୍ୟାରିସଙ୍କୁ ବିଜୟର ଅଭିନନ୍ଦନ ଜଣାଇବା ବେଳେ ଏହି ବିବାଦୀୟ ଟିପ୍ପଣୀ କରିଛନ୍ତି।

କଂଗ୍ରେସର ଯୁବ ନେତା ଜହାନଜେବ ସିରଓ୍ଵାଲ କହିଛନ୍ତି, ମୁଁ କମଲା ହ୍ୟାରିସ୍ ଓ ଜୋ ବାଇଡେନକୁ ବିଜୟର ଶୁଭେଚ୍ଛା ଜଣାଉଛି। ଏହା କୌଣସି ବ୍ୟକ୍ତିଗତ ବିଜୟ ନୁହେଁ ଏହା ଏକ ବିଚାରଧାରାର ବିଜୟ। ଏହା ଗଣତନ୍ତ୍ରର ବିଜୟ। ଏହି ବିଜୟ ଭାରତ ଓ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉପରେ ନିହାତି ସକରାତ୍ମକ ପ୍ରଭାବ ପଡିବ। ଏହା ସ୍ପଷ୍ଟ ଯେ, ତାଙ୍କ ବିଜୟରେ ଇସଲାମୋଫୋବିଆରେ ହ୍ରାସ ଘଟିବ। ଜୋ ବାଇଡେନଙ୍କ ପୁରୁଣା ମନ୍ତବ୍ୟକୁ ଦେଖିଲେ ଲାଗୁଛି  ସେ ଭାରତ ଉପରେ କାଶ୍ମୀର ପ୍ରସଙ୍ଗ ଉପରେ ଚାପ ପକାଇବେ ଏବଂ ସରକାର ପୁନର୍ବାର ୩୭୦ ଓ ୩୫-ଏ ଲାଗୁ କରିବେ। ଉଲ୍ଲେଖନୀୟ କେନ୍ଦ୍ର ସରକାର ଗତ ବର୍ଷ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ନେତା ଉପତ୍ୟକାରେ ଧାରା ୩୭୦ ପୁନର୍ବାର ଲାଗୁ କରିବାକୁ ଦାବି କରୁଛନ୍ତି। ଉମର ଅବଦୁଲ୍ଲା, ମେହବୁବା ମୁଫତି ସମେତ ଅନେକ ନେତା ଅନୁଚ୍ଛେଦ ୩୭୦ ପୁଣି ଥରେ ଲାଗୁ କରାଯାଉ ବୋଲି କହି ସାରିଛନ୍ତି। ସେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ସମୟ ଆସିବ କେନ୍ଦ୍ର ସରକାର ନିଜେ ଲୋକଙ୍କ ସାମ୍ନାରେ ହାତ ଯୋଡି ପଚାରିବେ ଯେ, ଆପଣଙ୍କୁ ଧାରା ୩୭୦ ଲାଗୁ କରିବା ବ୍ୟତୀତ ଆଉ କଣ ଦରକାର।

   Related Posts