ପ୍ରଶାସନିକ ବିଫଳତାକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଲା କଂଗ୍ରେସ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବି ପତ୍ର

Published By : Prameya-News7 Bureau | September 22, 2020 IST

ଚଣ୍ଡିଖୋଲ୨୨/୯: ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବଡଚଣା କଂଗ୍ରେସ ପକ୍ଷରୁ ଦାବି ପତ୍ର। ଚଳିତ ବନ୍ୟାରେ ଚାଷୀଙ୍କୁ ଉପେକ୍ଷା ଓ କରୋନା ସମୟରେ ପ୍ରଶାସନିକ ବିଫଳତାକୁ ଦାୟୀ କରି ଆଜି ବଡଚଣା କଂଗ୍ରେସ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପ୍ରଦାନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ବଡଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ବରେ କିଛି କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବଡଚଣା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଥିଲେ।

ଅପରପକ୍ଷରେ ଚଳିତ ବନ୍ୟାରେ ବିଶେଷ କରି ଚାଷୀ ଭାଇମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପାତରଅନ୍ତର କରି ଚାଷୀମାନଙ୍କୁ ରିଲିଫ ଦିଆଯାଇ ନାହିଁ ଏବଂ ତାହା ସହ ସେମାନଙ୍କ ଥଇଥାନ କରାଯାଇନଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।ବ୍ଲକ ପ୍ରଶାସନ ଏ ଦିଗରେ ସଂପୂର୍ଣ୍ଣ ବିଫଳ ହୋଇଛି।କଂଗ୍ରେସର ଦାବି ପତ୍ରରେ ଚାଷୀ ମାନଙ୍କୁ ମାଗଣାରେ ସାର,ବିହନ ଯୋଗାଇ ଦେବା ସହିତ ଫସଲ ନଷ୍ଟ ର ସଠିକ କ୍ଷୟକ୍ଷତି ତୁରନ୍ତ ଭରଣା କରିବାକୁ ଉଲ୍ଲେଖ ରହିଛି। ଯଦି ଏହାର ସଠିକ ସମାଧାନ କରାନଯାଏ ତେବେ ବଡଚଣା କଂଗ୍ରେସ ଆଗକୁ ରାଜରାସ୍ତାକୁ ଓହ୍ଲେଇବ ବୋଲି କଂଗ୍ରେସ ନେତା ଅଜୟ ସାମଲ ନିଜ ପ୍ରତିକ୍ରିୟାରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.