Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଦୁର୍ନୀତି, ଅନିୟମିତତା, ପ୍ରାଶାସନିକ ଅବହେଳା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କମ୍ୟୁନିଷ୍ଟ ପାର୍ଟି: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

12/11/2020 at 4:55 PM

ସାଲେପୁର୧୧/୧୨: ଜନ ସମସ୍ୟାକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆନ୍ଦୋଳନ। ସାଲେପୁର ବ୍ଲକରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମୁତାରିଫା ପଞ୍ଚାୟତର ସମିତି ସଭ୍ୟ ଉଦୟ କେଶରୀ ବର୍ମାଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା।

ଏହି ଆନ୍ଦୋଳନରେ କମ୍ୟୁନିଷ୍ଟ ନେତା ତ୍ରୟିଲୋକ୍ୟ ନାଥ ଓ କମ୍ୟୁନିଷ୍ଟ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସାଲେପୁର ବ୍ଲକରେ ବ୍ୟାପକ ଦୁର୍ନୀତି ଅନିୟମିତତା ଓ ଅଣଗଣତ୍ରାନ୍ତ୍ରିକ ଉପରେ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି।

ଏହାସହ ବିଭିନ୍ନ ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ଯଥା, ଆଠମାଣିଆ ରାସ୍ତା ମରାମତି ସମିତି ସଭ୍ୟ ଟଙ୍କାକୁ ବେ଼ଆଇନ ଭାବରେ ଖର୍ଚ୍ଚ କରିବା ସହ ଗୁଜରପୁର ଅଞ୍ଚଳରେ ବେଆଇନ ମଣ୍ଡପକୁ ବନ୍ଦ କରିବା, ବ୍ଲକରେ ହେଉଥିବା ବ୍ୟାପକ ପିସି ଆଦାୟକୁ ବନ୍ଦ୍ କରିବା,  ପାଇଖାନା ଦୁର୍ନୀତିରେ ତଦନ୍ତ କରିବା, ନିର୍ମାଣ ଶ୍ରମିକ ପଇସାକୁ ଗଚ୍ଛିତ ରଖି ସେମାନଙ୍କୁ ନଦେବା ଏବଂ ବ୍ଲକ ଅଧକ୍ଷ୍ୟଙ୍କ ଇସ୍ତଫା ଦାବି କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଥିଲେ।

   Related Posts