Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କମିଶନରେଟ୍ ପୋଲିସ୍‌ର ‘ସଟଡାଉନ୍’ ମାର୍ଗଦର୍ଶିକା: ଜରୁରୀ ସେବାର କର୍ମଚାରୀଙ୍କୁ ଦେଖାଇବାକୁ ହେବ ପରିଚୟ ପତ୍ର

5/06/2020 at 2:28 PM

ଭୁବନେଶ୍ବର୫/୬: ଜନସାଧାରଣଙ୍କ ପାଇଁ କମିଶନରେଟ୍‌ ପୋଲିସ ଜାରି ମାର୍ଗଦର୍ଶିକା। ମେଡିକାଲ କର୍ମଚାରୀମାନେ ପରିଚୟ ପତ୍ର ଓ ଗାଡି ପାସ୍‌ କାର୍ଯ୍ୟ କରିବ। ଫାର୍ମାସିଷ୍ଟ ଓ ଔଷଧ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ଓ ପୁରୁଣା ପାସ୍ କାର୍ଯ୍ୟ କରିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ବିଭାଗୀୟ ପରିଚୟ ପତ୍ର ଦେଖାଇବେ।ଟେଲିକମ୍‌ କର୍ମଚାରୀଙ୍କର କମ୍ପାନୀ ପରିଚୟପତ୍ର କାର୍ଯ୍ୟ କରିବେ। ପେଟ୍ରୋଲ ପମ୍ପ କର୍ମଚାରୀ ସେମାନଙ୍କ ସଂସ୍ଥାର ପରିଚୟ ପତ୍ର ଦେଖାଇବେ। ଗଣମାଧ୍ୟମ ପ୍ରତିନିଧି, କର୍ମଚାରୀ ଓ ହକର ସେମାନଙ୍କ ସସ୍ଥାର ପରିଚୟ ପତ୍ର ଦେଖାଇ ଯାତାୟତ କରି ପାରିବେ।

ହୋମ୍‌ ଡେଲିଭରି କରୁଥିବା ସଂସ୍ଥାର କର୍ମଚାରୀ ସେମାନଙ୍କ ପରିଚୟ ପତ୍ର ଦେଖାଇବେ। ଜଳ ଯୋଗାଣ, ପରିମଳ ଓ ସ୍ବେରେଜ କର୍ମଚାରୀ ମ୍ୟୁନିସିପାଲିଟି ପ୍ରଦତ୍ତ ପରିଚୟପତ୍ର ଦେଖାଇବେ। ବିଦ୍ୟୁତ ଯୋଗାଣ ବଣ୍ଟନ କର୍ମଚାରୀ ସେମାନଙ୍କ ବିଭାଗୀୟ ପରିଚୟପତ୍ର ଦେଖାଇ ଯାଇପାରିବେ। କାରଖାନା ଓ ନିର୍ମାଣ ସଂସ୍ଥାର କର୍ମଚାରୀ ଶ୍ରମିକ କମ୍ପାନୀ ପରିଚୟ ପତ୍ର ଦେଖାଇ ଯାଇପାରିବେ।

ସେହିପରି ଆଇଟି ଶିଳ୍ପ, ହୋଟେଲ ଓ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତ୍ରା କରିବେ। ଟ୍ୟାକ୍ସି, ଅଟୋ ଏବଂ ଓଲା, ଉବେର କ୍ୟାବ ଚାଳକ ପୋଲିସ ପ୍ରଦତ୍ତ ପାସ୍‌ ଦେଖାଇ ଯାଇପାରିବେ। ବିବାହ ଏବଂ ଶବ ଦାହ ପାଇଁ ପୋଲିସ ପ୍ରଦତ୍ତ ପାସ୍‌ କାର୍ଯ୍ୟ କରିବ। ଭୁବନେଶ୍ବର କଟକରୁ ଆନ୍ତଃ ଜିଲ୍ଲା ଯାତ୍ରା ପାଇଁ ଚାହୁଁଥିଲେ ନମ୍ବର ୧୦୦ ଡାଏଲ୍‌ କରିବେ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।

   Related Posts