ପ୍ରଦୂଷଣର ସାଙ୍ଘାତିକ ଚିତ୍ର : ବଦଳିଗଲା ନଦୀର ରଙ୍ଗ, ନୀଳରୁ ହୋଇଗଲା ନାଲି

Published By : Prameya-News7 Bureau | November 09, 2020 IST

ମସ୍କୋ, ୦୯୧୧ସାରା ବିଶ୍ୱରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହାମଧ୍ୟରେ ଋଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ପଦୂଷଣ ସ୍ତର ଏତେ ମାତ୍ରାରେ ଅଧିକ ରହିଛି, ଯାହା ଫଳରେ ଏକ ନଦୀର ରଙ୍ଗରେ ପରିବର୍ତ୍ତନ ଘଟିଛି । ନଦୀର ରଙ୍ଗ ନାଲି ହୋଇଯାଇଛି । ପ୍ରକୃତରେ ନଦୀର ପାଣି ବିଷାକ୍ତ ହୋଇଯାଇଛି । ବତକମାନେ ମଧ୍ୟ ଏହି ନଦୀର ଜଳରୁ ମୁହଁ ଫେରାଇ ନେଇଛନ୍ତି । ଏହି ନଦୀର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରଙ୍ଗ ପରିବର୍ତ୍ତନ ହୋଇଥିବା ନଦୀ ହେଉଛି ଇସ୍କିଟିମକା । କିଛି ବିଷାକ୍ତ ଦ୍ରବ୍ୟ ଏହି ନଦୀର ଜଳରେ ମିଶିବା ପରେ ପାଣିର ରଙ୍ଗ ନୀଳରୁ ନାଲି ହୋଇଯାଇଛି । କୌଣସି କେମିକାଲ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି । କାରଣ ଏହି ନଦୀ କେମେରୋଭୋ ସହର ଦେଇ ପ୍ରବାହିତ । ଏହି ସହରରେ ଅନେକ ଶିଳ୍ପ ଓ କାରଖାନା ରହିଛି । ଏପରି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ନଦୀ ନିକଟକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

wp:html /wp:html

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନଦୀ ଏବେ ଆଉ ଉପଯୋଗୀ ହୋଇ ନାହିଁ । ଏହା କ୍ରାନବେରୀ ଜେଲ୍ଲୀ ଭଳି ହୋଇଯାଇଛି ।

wp:html /wp:html

ସ୍ଥାନୀୟ ପ୍ରଶାସନର କହିବାନୁସାରେ, ନଦୀର ରଙ୍ଗ କେଉଁ କେମିକାଲ ମିଶିବା ଫଳରେ ଏପରି ହେଲା ତାହାର ତଦନ୍ତ ଚାଲିଛି । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଣ ସ୍ଥାନୀୟ ଅଞ୍ଚଳରେ ଏହି ନଦୀର ଜଳ ଉପରେ ଅନେକ ନିର୍ଭର କରନ୍ତି ।

ସୂଚନାଯୋଗ୍ୟ, ଇସ୍କିଟିମକା ନଦୀ ପୂର୍ବରୁ ପଶ୍ଚିମ ଋଷରେ ଅବସ୍ଥିତ ନାରୋ-ଫୋମିନ୍ସ ନଦୀର ରଙ୍ଗରେ ମଧ୍ୟ ପ୍ରଦୂଷଣ ପାଇଁ ପରିବର୍ତ୍ତନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.