Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମଗିରି : ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ଭାଇଙ୍କ ମୃତ୍ୟୁ ପରେ ଭାଉଜଙ୍କୁ କରିଥିଲା ବିବାହ
  • ||
  • ଖସୁଛି ସଂକ୍ରମଣ : ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୦ ହଜାରରୁ ଅଧିକ ପଜିଟିଭ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୬ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୩୧୫ କରୋନା ପଜିଟିଭ୍
  • ||

ଜୁଲାଇ ପହିଲାରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ଅଗଷ୍ଟ ୧ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ

2/05/2020 at 2:06 PM

ଭୁବନେଶ୍ୱର ୦୨।୦୫: ଆସନ୍ତା ଜୁଲାଇ ୧ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷା କଲେଜ । ଏନେଇ ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ (AICTE) ପକ୍ଷରୁ ସମସ୍ତ କଲେଜ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୧ରୁ କଲେଜ ଖୋଲିବ ।

ସେହିପରି ଅଗଷ୍ଟ ୧ରୁ ନୂଆ ଆଡମିଶନ କରିଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ । ସେହିପରି ଓପନ ଏବଂ ଡିଷ୍ଟାନ୍ସ କୋର୍ସରେ ନାଁ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ଜୁଲାଇ ୩୧ ମଧ୍ୟରେ ନାଁ ଲେଖିପାରିବେ । ଏହା ଛଡ଼ା ୨୦୨୦-୨୧ ଶିକ୍ଷା ବର୍ଷରେ କୋର୍ସ ଫି ନବଢ଼ାଇବା ପାଇଁ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି AICTE କର୍ତ୍ତୃପକ୍ଷ । ଯେଉଁ ଛାତ୍ରଛାତ୍ରୀଙ୍କ ପରକ୍ଷା ହୋଇ ନାହିଁ କିମ୍ବା କରୋନା ମହାମାରୀ ପାଇଁ ପରୀକ୍ଷା ଫଳ ସ୍ତଗିତ ରହିଛି । ସେମାନଙ୍କ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି ।

   Related Posts