Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଦୀରେ ବୁଡ଼ି ଜିଲ୍ଲା ଟ୍ରେଜେରୀ କର୍ମଚାରୀଙ୍କ ମୃତ୍ୟୁ

11/05/2020 at 4:04 PM

ସୁବର୍ଣ୍ଣପୁର୧୧/୫: ନଦୀଘାଟରୁ ଉଦ୍ଧାର ହେଲା କିରାଣୀଙ୍କ ମୃତଦେହ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ଘୋଡାଘାଟ ପଡା ମହାନଦୀ ଘାଟରେ ପାଣିରୁ ଏହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କଲ୍ୟାଣ ଭୋଇ। ସୋମବାର କଲ୍ୟାଣ ଗାଧୋଇବା ପାଇଁ ମହାନଦୀକୁ ଯାଇଥିବା କୁହାଯାଉଛି।କିନ୍ତୁ ସ୍ଥାନୀୟ ଲୋକେ ତାଙ୍କ ଶବ ପାଣିରେ ଭାସୁଥିବା ଦେଖି ସୋନପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଥିଲା। ମୃତକଙ୍କ ଘର ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳରେ ବୋଲି ଜଣାପଡିଛି।ପୋଲିସ ଶବ ଜବତ କରି ପ୍ରକୃତ ଘଟଣାର ଅନୁସନ୍ଧାନ ଜାରି ରଖିଛି।ମୃତକଙ୍କ ପରିବାର ଲୋକଙ୍କୁ ଏହି ଖବର ଦିଆଯାଇଛି। କେଉଁ ପରିସ୍ଥିତିରେ କଲ୍ୟାଣଙ୍କ ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

   Related Posts