Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ସୋଲାର ସିଷ୍ଟମରେ ଆଲୋକିତ ହେବ କୋଣାର୍କ ସହର

21/05/2020 at 8:15 PM

କୋଣାର୍କ୨୧/୫: ବିଭିନ୍ନ ସମୟରେ ଅନେକ ଦାବି ପରେ କୋଣାର୍କ ସହରର ରୂପ ରେଖ ଧୀରେ ଧୀରେ ବଦଳିବାରେ ଲାଗିଛି।ଯାହା ଅର୍କକ୍ଷେତ୍ରକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରୁଛି। କୋଣାର୍କ ସହରର ରୂପ ରେଖରେ ପରିବର୍ତ୍ତନ ଏବଂ କୋଣାର୍କକୁ ସୌନ୍ଦର୍ଯ୍ୟ କରଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।ସମ୍ପୂର୍ଣ୍ଣ କୋଣାର୍କ ସହରକୁ ୧୦ ମେଗାୱାଟ ସଂଯୁକ୍ତ ଏକ ସୌର ପ୍ରକଳ୍ପ ଏବଂ ବିଭିନ୍ନ ଅଫ ଗ୍ରୀଡ଼ ସୌର ବୃକ୍ଷ, ସୌର ପାନୀୟ ଜଳ କିଓସ୍କର ନିର୍ମାଣ ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଏଥିପାଇଁ ୨୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁ ପ୍ରକଳ୍ପ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଅଧୀନରେ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତି ନିଆଯାଇଛି।

କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତି କୋଣାର୍କ ଅଞ୍ଚଳବାସୀଙ୍କୁ ଏକ ସୁନ୍ଦର ଉପହାର ଦେଇଥିବା ବେଳେ ଆଗାମୀ ଦିନରେ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ଆଗମନ ପରେ ଏହା ପର୍ଯ୍ୟଟକଙ୍କ ନିମନ୍ତେ ଏକ ଖୁସିର ଖବର ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ସମୟରେ କୋଣାର୍କକୁ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଅନେକ ଦାବି ପରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି।

   Related Posts