କରୋନା ମୃତ୍ୟୁ ମାମଲାରେ ଦେଶରେ ସବୁଠୁ ଆଗରେ ଏହି ସହର, ଗଲାଣି ୨୫୦୦ରୁ ଅଧିକ ଲୋକଙ୍କ ଜୀବନ

Published By : Prameya-News7 Bureau | April 17, 2021 IST

ନୂଆଦିଲ୍ଲୀ ୧୭।୦୪: ଦେଶରେ କେବଳ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁନାହିଁ, ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଅନେକ ସହରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଲୋକଙ୍କୁ ବେଡ୍‌ ମଧ୍ୟ ମିଳୁନାହିଁ। କରୋନା ରୋଗୀଙ୍କ କୁଢ କୁଢ ଶବର ଅନ୍ତିମ ସଂସ୍କାରର ଭିଡିଓ ସମସ୍ତଙ୍କୁ ବ୍ୟଥିତ କରିଛି। ଏହ ମଧ୍ୟରେ ଗୁଜରାଟରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଛି।

ଏଠାରେ ମୃତ୍ୟୁହାର ୨.୭ ପ୍ରତିଶତ ରହିଛି, ଯାହା ସବୁଠୁ ଅଧିକ ରହିଛି। ଏହା ବ୍ୟତୀତ ଗୃଜରାଟରେ କରେନାଜନିତ ମୃତକଙ୍କ ସଂଖ୍ୟା ମଧ୍ୟରୁ ଅଧା  ହେଉଛି ଅହମ୍ମଦାବାଦର। ଅର୍ଥାତ ୫୦ ପ୍ରତିଶତ ମୃତ୍ୟୁ ଏହି ସହରରୁ ହିଁ ହୋଇଛି। ଏହା ତଳକୁ ରହିଛନ୍ତି ଚେନ୍ନାଇ ଓ ମୁମ୍ବାଇ ସହର।

ଏତେ ସଂଖ୍ୟାରେ ଲୋକେ କରୋନାରେ ପ୍ରାଣ ହରାଇବାର କାରଣ ଅନେକ ରାଜ୍ୟର ଲୋକ ଏହି ସହରକୁ ରୋଜଗାର ଉଦ୍ଦେଶ୍ୟରେ ଆସୁଛନ୍ତି। ବଡ ଜନସଂଖ୍ୟା କାରଣରୁ କରୋନା ସମୟରେ ଏହି ସହରରେ ରହୁଥିବା ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିଛି।  ସଂକ୍ରମଣର ପ୍ରାରମ୍ଭିକ ଦିନଗୁଡିକରେ ଅହମ୍ମଦାବାଦ ସହରରେ ମୃତ୍ୟୁହାର ୩୯ ପ୍ରତିଶତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.