Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ସହରରେ ବଢି ଚାଲିଛି ଗୁଣ୍ଡାଗର୍ଦ୍ଦି ଏବଂ ଚୋରି ଡକାୟତି ଘଟଣା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଟାଉନ ଥାନା ଘେରିଲେ ନାଗରିକ ମଞ୍ଚ, ଦେଲେ ଚେତାବନୀ…

15/01/2021 at 4:53 PM

ବଲାଙ୍ଗୀର ୧୫।୦୧: ବିଗିଡିବାରେ ଲାଗିଛି ବଲାଙ୍ଗୀରର ଆଇନ ଶୃଙ୍ଖଳା ପରିସ୍ଥିତି।  ସହରରେ ଏବେ ଦିନ ହଉ କି ରାତି ବଢିଛି ଚାଲିଛି ଚୋରି ଡକାୟତି ସହ ଗୁଣ୍ଡାଗର୍ଦ୍ଦି ଘଟଣା। ଯାହାକୁ ନେଇ ଅତିଷ୍ଠ ହେଲେଣି ସହରବାସୀ। କେତେ ବେଳେ କାହାକୁ ମାଡ ମରାଯାଉଛି ତ ଆଉ କାହାକୁ ଡକାୟତି କରି ଲହୁଲୁହାଣ କରୁଛନ୍ତି ଦୁର୍ବୃତ୍ତ। ସେପଟେ ଯେତେ ସଂଖ୍ୟାରେ ପୁଲିସ ବଳ ଦରକାର ତାହା ସମୁଦ୍ରକୁ ଶଙ୍ଖେ ଭଳି। ଏହାର ଫାଇଦା ନେଇ ଏବେ ହଲ୍ଲାବୋଲ କରୁଛନ୍ତି ଅପରାଧୀ। ଆଉ ଏବେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ସହରବାସୀ।  ଏହାକୁ ନେଇ ଶୁକବ୍ରାର ସଚେତନ ନାଗରିକଙ୍କ ପକ୍ଷରୁ ଏକ ବିଶାଲ ରାଲି କରାଯାଇଛି।

କିଛି ଦିନ ତଳେ ହର୍ଣ୍ଣ ମାରି ଗୁଣ୍ଡାଗର୍ଦ୍ଦି କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ ହୋଇଥିବା ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି। ବଲାଙ୍ଗୀର ରାଜନୈତିକ ଦଳର କିଛି ସମ୍ପର୍କୀୟ ଏଭଳି  ଗୁଣ୍ଡାଗର୍ଦ୍ଦି କରୁଥିବାର ଭିଡିଓ ଭାଇରାଲ ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଛି। ଏହି ଲୋକମାନଙ୍କୁ ଗିରଫ ପାଇଁ ଦାବି କରିଛି ନାଗରିକ ମଞ୍ଚ।

ଏନେଇ ସ୍ଥାନୀୟ କୋଶଳ କଳାମଣ୍ଡଳ ଠାରୁ ଏକ ବିରାଟ ରାଲିରେ ବାହାରି ଥିଲେ ମହିଳା ଓ ପୁରୁଷ। ବିକ୍ଷୋଭକାରୀ ଆଦର୍ଶଥାନା ଘେରାଉ କରିବା ସହ ଦୋଷୀଙ୍କୁ ଗିରଫ କରିବା ନେଇ ପୁଲିସ ପ୍ରଶାସନକୁ ମହଲତ ଦେଇଛନ୍ତି।  ତେବେ ଦିଆଯାଇଥିବା ସମୟ ମଧ୍ୟରେ ଦୋଷୀଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଏ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ନାଗରିକ ମଞ୍ଚ। ସେପଟେ ପୁଲିସ ଘଟଣାରେ ତଦନ୍ତ କରୁଛି।  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଟାଉନ୍ ଅଫିସର୍ ସଂଗ୍ରାମ କେଶରୀ ମହାନ୍ତି।

   Related Posts