ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡର କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ

Published By : Prameya-News7 Bureau | April 18, 2020 IST

ସୁବର୍ଣ୍ଣପୁର୧୮/୪: ସୁବର୍ଣ୍ଣପୁର, ବଲାଙ୍ଗିର ଓ ବରଗଡରେ କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ସୁବର୍ଣ୍ଣପୁରର ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗର ତଦାରଖ କରିଥିଲେ । ଏଥି ସହ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଦେବିପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପରେ ବଲାଙ୍ଗିରରେ ଥିବା କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫- ଟି ସଚିବ ।

ହସ୍ପିଟାଲର ଆନୁସଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ନେଇ ସମୀକ୍ଷା କରିଥିବା ଜଣାପଡିଛି । ପରେ ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ବରଗଡ଼ ଗସ୍ତରେ ଯାଇ ଟୁକୁର୍ଲାଠାରେ ଥିବା ୬୭ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲରେ ପହଞ୍ଚି ତାର ସ୍ଥିତି ସମୀକ୍ଷା କରିଥିଲେ । ଏଥି ସହ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଭୂତିଭୂଷଣ ମେହେରଙ୍କ ସହ ଉଭୟେ ଆଲୋଚନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.