ଭଦ୍ରକର ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ

Published By : Prameya-News7 Bureau | April 08, 2020 IST

ଭଦ୍ରକ୮/୪: ଭଦ୍ରକରେ ପହଞ୍ଚି କରୋନା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ। ଜିଲ୍ଲାର ମୋଟେଲ ଛକରେ ଥିବା ସାଳନ୍ଦୀ ହସ୍ପିଟାଲରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା କୋଭିଡ- ୧୯ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ହସ୍ପିଟାଲରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ ସେଠାରେ ପହଞ୍ଚି ହସ୍ପିଟାଲ କର୍ତ୍ତୁପକ୍ଷ, ଜ଼ିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି। ଏପରିକି ହସ୍ପିଟାଲର ରୋଗୀ ରହିବା ପାଇଁ କି କି ବ୍ୟବସ୍ଥା କରାଯାଇଛି ତାହା ବୁଲିକି ଦେଖିଥିଲେ । ତିନୋଟି ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ ଭୁବନେଶ୍ୱର ଫେରିଯାଇଥିଲେ। ଲକ୍‌ଡାଉନ ସ୍ଥିତି ସମ୍ପର୍କରେ ମଧ୍ୟ ଏସପି ଓ ଜ଼ିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.