ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା

Published By : Prameya-News7 Bureau | March 27, 2020 IST

ଭୁବନେଶ୍ବର୨୭/୩: କେନ୍ଦ୍ର ସରକାର ଦିନ ମଜୁରିଆଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ଶୁକ୍ରବାର ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ପଦକ୍ଷେପ ନେଇଛନ୍ତି । ଗରୀବ ଗୁରୁବାଙ୍କ ପାଇଁ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି। 

ଗରିବ ଗୁରୁବାଙ୍କ ପାଇଁ ୨୨ଶହ କୋଟି ଟଙ୍କାର ପ୍ୟାକେଜ । ରାଜ୍ୟର ଗରୀବ ଲୋକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୨ଶହ କୋଟି ଟଙ୍କାର  ପାଣ୍ଠି ଘୋଷଣା କରିଛନ୍ତି । ଖାଦ୍ୟ ସୁରକ୍ଷା  ଯୋଜନାରେ ସବୁ ହିତାଧିକାରୀଙ୍କୁ ୩ ମାସର ରାସନ ଆଗୁଆ ଦେବା ସହ ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେବେ । ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ  ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଆଗୁଆ ଭତ୍ତା ଦିଆଯିବ । ଯେଉଁଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ।  ସେହିପରି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ  ୧୫ ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ଦିଆଯାଇଛି ୩ ମାସର ଭତ୍ତା। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବ

ବାହାର ରାଜ୍ୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡିଆଙ୍କ ସେମାନଙ୍କ ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ କିଭଳି ଖାଦ୍ୟ ପେୟ, ଔଷଧ  ଓ ଚିକିତ୍ସା ବ୍ୟବସ୍ଥା  ମିଳିବ ସେନେଇ ଅନୁରୋଧ କରିବା ସହ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ସଂଗଠନମାନଙ୍କୁ ଓଡ଼ିଆମାନଙ୍କ ସହାୟତା ପାଇଁ ଆଗେଇ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ବିଭିନ୍ନ ରାଜ୍ୟରୁ ଓଡ଼ିଶାରେ ଅଟକିଥିବା ୫ ହଜାର୫୪୭ ଶ୍ରମିକଙ୍କୁ ୩୬ଟି ଶିବିରରେ ଅବଜରଭେସନ ରଖାଯାଇଛି । ରାଜ୍ୟ ପ୍ରଶାସନ ପକ୍ଷରୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ କରୋନା ମୁକାବିଲା ସ୍ବତନ୍ତ୍ର କମିଟିମାନ ଗଠନ କରାଯାଇଛି। ୫ଟି କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ କ୍ଷମତା ସମ୍ପନ୍ନ ଗ୍ରୁପ କରାଯାଇଛି । ଯାହାକି ତୁରନ୍ତ କରୋନା ସମ୍ପର୍କିତ କୌଣସି ପରିସ୍ଥିତିକୁ ମୁକାବିଲା ନିଷ୍ପତ୍ତି ନେଇପାରିବ। ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବା ପାଇଁ ରହିଛି ଏକ ଆପେକ୍ସ କମିଟି। ସେପଟେ ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରଙ୍କୁ ଦୃଷ୍ଟିରେ ରଖି ପାଠପଢ଼ାରେ ମନୋନିବେଶ କରିବା ଲାଗି ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.