Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

7/11/2021 at 10:33 PM

ଭୁବନେଶ୍ଵର ୦୭।୧୧: ମୁଖ୍ୟମନ୍ତ୍ରୀ କାଲି କଳାହାଣ୍ଡି ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବନୀପାଟଣା ଓୟୁଏଟି ଅଡିଟୋରିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ସରକାରୀ କାର୍ଯ୍ୟକ୍ରମରେ ୩ଶହ ଲୋକ ଯୋଗଦେବା। ଶିକ୍ଷୟିତ୍ରୀ ମମିତା ମହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡି ରାଜନୀତି ଗତ କିଛି ଦିନ ଧରି ଅଶାନ୍ତ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଆଗୁଆ ଚର୍ଚ୍ଚାରେ ରହିଛି

କାଲି କାଳହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ବାସୀଙ୍କୁ  ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବେ। ଏ ନେଇ କଳାହାଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି  କରାଯାଇଛି। ଭବାନୀ ପଟଣା ଓୟୁଏଟି ଅଡିଟୋରିୟମରେ କୋଭିଡ କଟକଣା ମଧ୍ୟରେ ମୋଟ ୩ଶହ ଜଣଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ଏଥିପାଇଁ ପୂର୍ବରୁ ସମସ୍ତଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଛି। ସେହିପରି ଓୟୁଏଟି ପଡିଆରେ ଆଉ ଏକ ସଭାର ଆୟୋଜନ କରାଯାଇଛି।  ଯେଉଁଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ନମନ୍ତ୍ରିତ ଅତିଥି ମାନେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କାର୍ଡ ବଣ୍ଟନ କରିବା ପରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ମନ୍ତ୍ରୀ ମାନଙ୍କ ଦ୍ବାରା ଜିଲ୍ଲାର ସମସ୍ତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ କଳାହାଣ୍ଡିରେ ଗତ କିଛି ଦିନ ଧରି ରାଜନୀତି ଉଷ୍ମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ସତର୍କ ରହିଛି। ସେପଟେ ବିରୋଧୀ ବି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ  ୧ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଡକରା ଦେଇଛି।  ଏପଟେ ବିଜେପି ବି ସମାଜିକ ବାସନ୍ଦ କରିବାକୁ ଆହ୍ବାନ ଦେଇଛି।  ବିରୋଧୀଙ୍କର ଏଭଳି ପ୍ରତିବାଦକୁ ନେଇ ବଜେଡି କହିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନରେ ମୁଖ୍ୟମନ୍ତ୍ରୀ ଦୂରଦୂରନ୍ତରେ ଲୋକଙ୍କୁ କାର୍ଡ ବଣ୍ଟନ କରି ଲୋକଙ୍କ ସହିତ ଯୋଡି ହେଉଛନ୍ତି। ଯାହା ବିରୋଧୀଙ୍କୁ ବିଚଳିତ କରୁଛି। ଏଥିରେ ବିଚଳିତ ହୋଇ ବିରୋଧୀ ଏଭଳି ବିରୋଧ କରୁଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ତି ଗସ୍ତକୁ ସମୟରେ ବିରୋଧୀଙ୍କ ପ୍ରତିବାଦ ଓ ବିକ୍ଷୋଭକୁ ଆଖି ଆଗରେ  ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।ମୁଖ୍ୟମନ୍ତ୍ରୀ କଳାହାଣ୍ଡି ପାଇଁ ହେଲଥ କାର୍ଡ ବଣ୍ଟନ କରିବା ସହିତ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି।

   Related Posts