Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କରୋନା ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ୩ ‘ସ’ ମନ୍ତ୍ର – ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ

25/03/2020 at 5:21 PM

ଭୁବନେଶ୍ବର୨୫/୩: ଭୟଙ୍କର କରୋନା ଭାଇରସ୍‌ର ମୁକାବିଲା ତଥା ତାହାକୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ୩ ‘ସ’ ମନ୍ତ୍ର। ଏହି ମନ୍ତ୍ର ହେଲା ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ। ଏହା ହିଁ କରୋନାକୁ ରୋକିବ ବୋଲି ମୁଖ୍ୟମନ୍ତ୍ରୀ ଦେଲେ ଆହ୍ବାନ। କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖପାତ୍ର ସୁବ୍ରତ ବାଗଚୀ।

ସାମାଜିକା ଦୂରତା ଉପରେ ପୁଣିଥରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସଙ୍ଗରୋଧ ହୋଇ ଘରେ ରହିବାକୁ ରହିବାକୁ ଆହ୍ବାନ କରିଥିବା କହିଛନ୍ତି ମୁଖପାତ୍ର। ତେବେ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟରେ କରୋନା ପଜିଟିଭ ବା କୋଭିଡ-୧୯ ପଜିଟିଭ୍ ଆକ୍ରାନ୍ତ ସଂଖ୍ୟା ବଢ଼ି ନଥିବା କହିଛନ୍ତି ସୁବ୍ରତ ବାଗଚୀ।

ରାଜ୍ୟରେ ୧୨୯ ଟେଷ୍ଟ ରିପୋର୍ଟରୁ ୨ ପଜିଟିଭ୍‌ ଆସିଛି। ତେବେ ୨ ଜଣ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିଭଳି ୧୦୪ ନମ୍ବରରେ ୪,୦୧୫ ଜଣ ପଞ୍ଜିକରଣ କରିଥିବା ସୁବ୍ରତ ବାଗଚୀ ପ୍ରକାଶ କରିଛନ୍ତି। ତେବେ ବିଶ୍ବ ତଥା ସାରା ଦେଶରେ କରୋନ ସଂକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବା ସୂଚନା ଦେଇ ବାଗଚୀ କହିଛନ୍ତି, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୬୨ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧​‌ ​‌ରେ ପହଞ୍ଚିଛି। ସେହିପରି ସାରା ବିଶ୍ବରେ  ବୁଧବାର ଅପରାହ୍ନ ୩ଟା ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୨୨ ହଜାର ୮୨୯ ଛୁଇଁଛି।

   Related Posts