ବିଜୁ ଜୟନ୍ତୀରେ ଏସ୍‌ସିବି ମେଡିକାଲର ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୨ଦିନ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା

Published By : Prameya-News7 Bureau | March 03, 2020 IST

କଟକ୩/୩: ମାର୍ଚ୍ଚ ୫ ତାରିଖ ଦିନ ସାରା ରାଜ୍ୟ ପାଳନ କରିବ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତରାଜ ଦିବସ। ଏହି ଅବସରରେ କଟକରେ ପାଳିତ ହେବ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ। ଯେଉଁଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। ସେହି ଦିନ ହିଁ ଏସ ସି ବି ମେଡିକାଲର ନୂତନ ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ। ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ଓ କେନ୍ଦ୍ରାଞ୍ଚଳ ଆର ଡି ସି।

କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଏବେ ଚାଲିଛି ବ୍ୟାପକ ପ୍ରସ୍ତୁତି । ପାଖାପାଖି ୬୦ ହଜାର ଲୋକଙ୍କ ଲାଗି କରାଯାଉଛି ବ୍ୟବସ୍ଥା । ଆସନ୍ତା ୫ ତାରିଖ ଦିନ ଏହି ସ୍ଥାନରେ ପାଳିତ ହେବ ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ । ଏହି କାରଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏବଂ ସେହି ଦିନ କଟକ ସହର ଲାଗି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯିବ ।

ଏସ ସି ବି ମେଡିକାଲକୁ ବିଶ୍ବ ସ୍ତରୀୟ କରିବାଲାଗି ଯେଉଁ ଯୋଜନା ସ୍ଥିର ହୋଇଛି, ତାର ଶୁଭ ଦେବେ ମୁଖ୍ୟମନ୍ତ୍ରୀ । ତା ଛଡା ରିଙ୍ଗରୋଡ୍‌ର ସମ୍ପ୍ରସାରଣ କାମଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି କେନ୍ଦ୍ରାଞ୍ଚଳ ଆର ଡି ସି ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଏବଂ ଶାସକ ଦଳର ବରିଷ୍ଠ ବିଧାୟକ ମାନେ କ୍ଷେତ୍ର ପରିଦର୍ଶନ କରି ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ମାର୍ଚ୍ଚ ୫ ତାରିଖରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପର୍ଯ୍ୟାୟକ୍ରମେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ ହେବ. ଏବଂ ସମସ୍ତ ଜିଲ୍ଲାରେ ମହିଳା ସମାବେସର ଆୟୋଜନ ପାଇଁ ମଧ୍ୟ ଲକ୍ଷ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.