ମାସେ ବଢିବ ଲକ୍ଡାଉନ୍ ! ରାଜ୍ୟ ସରକାରଙ୍କ ପ୍ରସ୍ତାବ, ସ୍ୱାସ୍ଥ୍ୟମନ୍ତ୍ରୀ ପୂର୍ବରୁ ରଖିଛନ୍ତି ଦାବି
27/04/2020 at 1:36 PM

ଭୁବନେଶ୍ୱର ୨୭।୦୪: ଦେଶରେ କରୋନା ଭାଇରସ୍ ନେଇ ଲକ୍ଡାଉନ୍ ଜାରି ରହିଛି । ଯାହାର ଅବଧି ମେ ୩ ତାରିଖରେ ଶେଷ ହେଉଛି । ତେବେ ଲକ୍ଡାଉନ୍ ଉଠିବା ନେଇ ଆଶଙ୍କା ଆକଳନ ଜାରି ବେଳେ ଆସିଛି ଏକ ନୂଆ ସୂଚନା । ଭୟଙ୍କର ଭାଇରସର ନିୟନ୍ତ୍ରଣ ପାଇଁ ଜାରି ରହିଥିବା ପ୍ରକି୍ରୟାକୁ ବଳବତ୍ତର ରଖିବାକୁ ଅନେକ ରାଜ୍ୟ ସରକାର ଚାହୁଛନ୍ତି । ଏହି ପ୍ରରିପେକ୍ଷୀରେ ଲକ୍ଡାଉନ୍ ଅବଧି ଆହୁରୀ ବଢାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି ରଖିଛନ୍ତି ।
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ କନ୍ଫରେନ୍ସି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଡାଉନ୍ ଅବଧି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ନବୀନ ପଟ୍ଟନାୟକ ୩ଟି ପ୍ରସ୍ତାବ ଦେଇଛନ୍ତି । ବାହାର ରାଜ୍ୟରେ ଫସିଥିବା ଓଡିଶାର ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀମାନଙ୍କ ଯତ୍ନନେବାକୁ ଦାବି ରଖିଛନ୍ତି । ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମଜୀବୀ, ଛାତ୍ର , ତୀର୍ଥଯାତ୍ରୀ ଓ ପ୍ରଫେସନାଲଙ୍କୁ ଫେରାଇଆଣିବାକୁ ଏସ୍ଓପି ଲାଗି ପ୍ରସ୍ତାବ ରଖିଛନ୍ତି । ଏହାସହ ନମୁନା ପରୀକ୍ଷଣ ବ୍ୟବସ୍ଥା ବଢାଇବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱର-କଟକ-ଭଦ୍ରକରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ୪ତାରିଖରେ ୪୮ଘଣ୍ଟିଆ ସଟ୍ଡାଉନ୍ କରାଯାଇଥିଲା । ଦେଶରେ ଘୋଷିତ ହଟସ୍ପଟ୍ ତାଲିକାରେ ଓଡିଶାରୁ କେବଳ ଭୁବନେଶ୍ୱର ରହିଥିବା ବେଳେ ପରବର୍ତ୍ତି ସମୟରେ ଭୁବନେଶ୍ୱର ସ୍ଥିତି ନିୟନ୍ତ୍ରଣରେ ରହିଥିଲା । କିନ୍ତୁ ବାଲେଶ୍ୱର, ଭଦ୍ରକ, ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ଆଶା ଠାରୁ ଅଧିକ ବଢିଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାର ସେହି ତିନିଜିଲ୍ଲାରେ ୬୦ଘଣ୍ଟିଆ ଲକ୍ଡାଉନ୍ ଜାରି କରିଥିଲେ । ଏଥିମଧ୍ୟରେ ଓଡିଶାରେ କୋଭିଡ-୧୯ପଜିଟିଭ୍ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଥିବାରୁ ପ୍ରତିଶେଧକ ବ୍ୟବସ୍ଥା ସୂରୁପ ଏବେ ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ କୋହଳ କରିବାକୁ ଚାହୁଁନଥିବା ଜଣାଯାଇଛି । ଏଥିମଧ୍ୟପେ ଦିଲ୍ଲୀ, ମହାରାଷ୍ଟ୍ର ସମେତ ୬ଟି ରାଜ୍ୟ ଲକ୍ଡାଉନ୍ ଅବଧି ବୃଦ୍ଧି କରିବାକୁ ଚାହୁଁଥିବା ରିପୋର୍ଟ ଆସିଛି । ସେପଟେ ଲକ୍ଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିବା ସଂପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ICMR ଗାଇଡ୍ଲାଇନ୍ ଅନୁସାରେ ନମୁନା ପରୀକ୍ଷଣ ସହ କ୍ୱାରେଣ୍ଟାଇନ୍ ନିୟମ ପାଳନ କରାଯାଉଛି । ନମୁନା ପରୀକ୍ଷଣ ରାଜ୍ୟ ବ୍ୟାପୀ କରାଯିବା ସହ ଏହା ବ୍ୟାପକ ବୃଦ୍ଧିଲାଗି ଲକ୍ଷ୍ୟ ରଖାଯାଇଛି । ତେବେ କରୋନା ଭାଇରସର ମୁକାବିଲା ଏବଂ ପ୍ରତିଷେଧକ ବା ଔଷଧ ବାହାରିନଥିବାରୁ ସାମାଜିକ ଦୂରତା ସହ ଘରେ ରହିବା , ସୁସ୍ଥ ରହିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମସ୍ତେ ଗ୍ରହଣ କରିବା ନିହାତି ଜରୁରୀ । ଆମେ ଲକ୍ଡାଉନ୍ ନିୟମ ପାଳନ କରିବା ସହ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ଲାଗି ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।