Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ମମିତା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ, କହିଲେ- ରାଜନୀତି କରନ୍ତୁ ନାହିଁ, କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ

3/12/2021 at 5:08 PM

ଭୁବନେଶ୍ଵର ୦୩।୧୨: ମମିତା ମେହେରା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା । ଆଇନ ଅନୁଯାୟୀ ତାଙ୍କୁ ଯେତେ ଶୀଘ୍ର ହେବ ନ୍ୟାୟ ଦିଆଯିବ । ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି । ସେମାନଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି ନ କରାଯାଉ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଫାଷ୍ଟ ଟ୍ରାକ କୋର୍ଟ ରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ। ହାଇକୋର୍ଟଙ୍କ ନିର୍ଦେଶରେ ଅବସର ପ୍ରାପ୍ତ ଜିଲ୍ଲା ଜଜ ଙ୍କ ଦ୍ୱାର ତଦନ୍ତର ମନିଟର କରାଯାଉଛି। ଜୁଡ଼ିସିଆରି ଉପରେ ଆମର ବିଶ୍ୱାସ ରହିଛି । ପୋଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କାର୍ଯ୍ୟ କରୁଛି । ବିନା ଭୟ ଓ ଚାପ ପୋଲିସ କାର୍ଯ୍ୟ ନିର୍ଦେଶ ଦିଆଯାଇଛି । ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କିଛି କାହା ପାଖରେ ପ୍ରମାଣ ରହିଛି ସେମାନେ କୋର୍ଟ କୁ ଦିଅନ୍ତୁ । ବିଧାୟକ ମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ଯଦି ସେମାନେ ତାଙ୍କ ଦାୟିତ୍ୱ ଠିକ ଭାବେ ନ କରିବେ ତେବେ ତାହା ଖରାପ ପରମ୍ପରା ସୃଷ୍ଟି ହେବ । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ।

ମମିତା ମେହେର ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବା ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ବି ଦେଇଛନ୍ତି ପରାମର୍ଶ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆସୁଛି । କୋଭିଡ ମହାମାରୀ ସମସ୍ୟା ସୃଷ୍ଟି କରିଛି । ସେପଟେ ଚାଷୀଙ୍କ ସମସ୍ୟା, ଚାଉଳ ନ ଉଠିବା । କେବିକେ ଓ ଆଦିବାସୀ ବହୁଳ ଜିଲ୍ଲାକୁ କୁ ଘର ଯୋଗାଇବା ବନ୍ଦ କରିବା, କେନ୍ଦ୍ରୀୟ ଅନୁଦାନ କାଟିବା , ଗ୍ୟାସ ଦର ବୃଦ୍ଧି ସମେତ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ମମିତା ମେହେର ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି। ବିଜେପି ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି। ଏହି ମାମଲାରେ ଖୁବ୍ ଶୀଘ୍ର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ ଦାବି ନେଇ ଜନସ୍ବାର୍ଥ ମାମଲା ରୁଜୁ କରିବେ ନରସିଂହ । ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତାହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ। ବାଚସ୍ପତି ତୁରନ୍ତ ସବୁ ଦଳକୁ ଡାକି ବୈଠକ ବସାନ୍ତୁ ଓ ଗୃହକୁ ସ୍ବାଭାବିକ କରିବାକୁ ଉଦ୍ୟମ କରନ୍ତୁ । ମୁଖ୍ୟମନ୍ତ୍ରୀ କାହିଁକି ମୌନତା ଅବଲମ୍ବନ କରିଛନ୍ତି ଜଣାନାହିଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ବିରୋଧୀ ଦଳକୁ ଡାକି ଆଲୋଚନା କରନ୍ତୁ ବୋଲି ନରସିଂହ ମିଶ୍ର କହିଥିଲେ ।

ସୂଚନାଯୋଗ୍ୟ, ହାଇକୋର୍ଟରେ ମମିତା ମେହେରଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଓ ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ଆବେଦନ ମାମଲାରେ ସରକାରଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ଅନ୍ୟ ଏକ ଇଣ୍ଟରଭେନିଙ୍ଗ ପିଟିସନ ଦାଖଲ କରାଯାଇଛି । ଡିସେମ୍ବର ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସିଲ୍ କଭରରେ ସରକାରଙ୍କ ପକ୍ଷରୁ ଏହି ଷ୍ଟାଟସ ରିପୋର୍ଟ ଦାଖଲ ହୋଇଛି । ତଦନ୍ତ ଚାଲୁ ରହିଥିବାରୁ ସିଲ୍ କଭରରେ ଦାଖଲ କରାଯାଇଛି ।  ଖୁବଶୀଘ୍ର ତଦନ୍ତ ଶେଷ କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ ନାଇଡୁଙ୍କୁ ତଦନ୍ତର ତଦାରଖ ଦାୟିତ୍ବ। ଏ ସମ୍ପର୍କରେ ସଂପୃକ୍ତ ଖଣ୍ଡପୀଠଙ୍କୁ ଅବଗତ କଲେ ସରକାରୀ ଓକିଲ । ଇଣ୍ଟରଭେନିଙ୍ଗ ପିଟିସନ ପାଇଁ ପକ୍ଷ ରଖିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।  ଇଣ୍ଟରଭେନିଙ୍ଗ ପିଟିସନର କପି ଆବେଦନକାରୀ ଓକିଲଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ।  ଡିସେମ୍ବର ୨୩ରେ ମାମଲାର ବିସ୍ତୃତ ଶୁଣାଣି ହେବ ।

   Related Posts