ଅଜଗର ମୁହଁରେ କୁକୁଡା…
5/08/2020 at 4:58 PM

ନୀଳଗିରି୫/୮: ୬ ଫୁଟ୍ର ଅଜଗର ମୁହଁରେ କୁକୁଡା। କୁକୁଡା ଫାର୍ମରେ ଅଜଗର ସାପଟି ପଶି କୁକୁଡ଼ାକୁ ଗିଳିବାକୁ ଚେଷ୍ଟା କରୁଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ହୋହାଲ୍ଳା ପଡି ଯାଇଥିଲା। ସେମାନଙ୍କ ମଧ୍ୟରୁ କେହି ଜଣେ ସାପ ଉଦ୍ଧାରକାରୀ ଟିମ୍କୁ ଖବର ଦେଇଥିଲେ। ତୁରନ୍ତ ସେଠାରେ ସାପ ଉଦ୍ଧାରକାରୀ ଟିମ୍ ପହଁଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ। ତା ମୁହଁରୁ କୁକୁଡାଟିକୁ ଛଡ଼ାଇ ଜଙ୍ଗଲରେ ଅଜଗରକୁ ଛାଡ଼ି ଦିଆଯାଇଥିଲା। ଔପଦା ବ୍ଲକ ସନ୍ତରାଗଡ଼ିଆରେ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସାପ ଉଦ୍ଧାରକାରୀ ଟିମ୍ର ମନରଞ୍ଜନ ଦାସ ସାପଟି ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି।
Related Posts
କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
21 January 2021