ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ମିଳିଲା ଆଇଏସଓ ସାର୍ଟିଫିକେଟ୍

Published By : Prameya-News7 Bureau | November 05, 2021 IST

ଖଲ୍ଲିକୋଟ ୫/୧୧:  ବ୍ରହ୍ମପୁର ରେଞ୍ଜର ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ମିଳିଲା ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ ସାର୍ଟିଫିକେଟ। ଲୋକଙ୍କୁ ଉତ୍ତମ ସେବା ଓ ଉତ୍ତମ ଭିତ୍ତିଭୂମି ଯୋଗାଇ ଦେଉଥିବାରୁ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଏହି ସାର୍ଟିଫିକେଟ ମିଳିଥିବା ନେଇ ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱଜିତ ମହାନ୍ତି । ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ସହ କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନେଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି।

ସେହିପରି ବିଭିନ୍ନ ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ନିମନ୍ତେ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲା । ପ୍ରଥମ ପର୍ଯ୍ୟାୟରେ ୪ ଟି କାର୍ଯ୍ୟାଳୟକୁ ଏହି ସାର୍ଟିଫିକେଟ ମିଳିଥିବା ବେଳେ ସେଥି ମଧ୍ୟରୁ ଛତ୍ରପୁର ଅଗ୍ନିଶ୍ରମ ବିଭାଗକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏହି ସାର୍ଟିଫିକେଟ ମିଳିବା ପରେ ଅଂଚଳବାସୀ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.