Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶର ସବୁଠୁ ଶସ୍ତା ବଜାର, ଯେଉଁଠାକୁ ଆପଣ ବି ଚାହିଁବେ ଯିବାକୁ

15/05/2019 at 4:51 PM

ସପିଂ ପାଇଁ କିଏ ବା ଆଗ୍ରହୀ ନୁହେଁ । ବଜାରକୁ ନଗଲେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ମୁସ୍କିଲ, ଆଉ ଗଲେ ଗୁଡାଏ ଏଣୁତେଣୁ କିଣା ବି ହୋଇଯାଏ। ହେଲେ କିଣାକିଣି ବେଳେ ସମସ୍ତେ ହୋଇଯାଆନ୍ତି ଗ୍ରାହକ। ଟିକେ ଶସ୍ତାରେ କିଣିବା ପାଇଁ ସମସ୍ତେ ଓହ୍ଲାଇ ଆସନ୍ତି ମୁଲଚାଲକୁ। ଏଭଳି କିଣାକିଣି ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ଷ୍ଟ୍ରିଟ୍ ମାର୍କେଟ । ଏଠାରେ ମୂଲଚାଲ ପାଇଁ ନା ଅଛି କଟକଣା ନା ବିରୋଧ। ନିଜର ମନପସନ୍ଦର ଜନିଷଟି କିଣିବା ପାଇଁ ଗ୍ରାହକଙ୍କ ପାଇଁ ରହିଛି  ଶମ୍ପୂର୍ଣ୍ଣ  ସ୍ବାଛନ୍ଦ୍ୟ। ଏଭଳିମାର୍କେଟ ପ୍ରାୟତଃ ଶସ୍ତା। ଏଣୁ ଗ୍ରାହକ ମନଇଛା କିଣାକିଣି କରନ୍ତି । ଆମ ଦେଶରେ ଅନେକ ଷ୍ଟ୍ରିଟ ମାର୍କେଟ ରହିଛି, ଯେଉଁଠୁ ଥରେ କିଣାକିଣି କରିବାକୁ ନିଶ୍ଚିତ ଆଗ୍ରହୀ ହେବେ ଆପଣ  ।

ଏମିତି ଏକ ବଜାର ହେଉଛି ଗୋଆର ଅରପୋରା ନାଇଟ୍ ମାର୍କେଟ୍ । ଯଦି ଆପଣ ଭାବୁଥାନ୍ତି ଗୋଆ କେବଳ ନାଇଟ୍ ପାର୍ଟି ପାଇଁ ପ୍ରସିଦ୍ଧ ତେବେ ଆପଣ ଭୁଲ ଜାଣିଛନ୍ତି। ଏଠାରେ ଏମିତି ଏକ ବଜାର ରହିଛି ଯେଉଁଠି ରାତି ତମାମ ଆପଣ କିଣାକିଣି କରିପାରିବେ। ଆଉ ମାର୍କେଟ ହେଉଛି ଆରପୋରା ନାଇଟ୍ ମାର୍କେଟ। ସଂଧ୍ୟା ୬ଟା ପରେ ଖୋଲୁଥିବା ଏହି ବଜାରରେ ବିସ୍ତୃତ ବର୍ଗମାଳାର ଖାଦ୍ୟପେୟ ସାମଗ୍ରୀ ସମେତ ବସ୍ତ୍ରର ବିଶାଳ ସମ୍ଭାର ଗ୍ରାହକଙ୍କୁ ବର୍ଷବର୍ଷରୁ ଆକର୍ଷିତ କରିଆସୁଛି। ଯଦି ଗୋଆ ଯାଉଥାନ୍ତି ଥରେ ବଜାର ନିଶ୍ଚିତ ବୁଲନ୍ତୁ।

ସେହିଭଳି ଆଉ ଏକ ବଜାର ହେଉଛି ଦିଲ୍ଲୀର ସରୋଜିନୀମାର୍କେଟ। ରାଜଧାନୀ ଦିଲ୍ଲୀରେ ରହୁଥିବା ଆପଣଙ୍କ ସମ୍ପର୍କିୟଙ୍କୁ ମାର୍କେଟ ବିଷୟରେ ପଚାରିପାରନ୍ତି। ଅନେକ ଫିଲ୍ମର ଗୀତରେ ଏହି ମାର୍କେଟର ବର୍ଣ୍ଣନା ଥିବା ବେଳେ ସୋସାଲ ମିଡିଆ ଓ ଭିଡିଓରେ ମଧ୍ୟ ମାର୍କେଟ୍ ବେଶ ପ୍ରସିଦ୍ଧ। କୁହାଯାଏ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଏହି ମାର୍କେଟରେ ସେମାନଙ୍କ ଆବଶ୍ୟକୀୟ ସାମଗ୍ରୀ ରହିଛି। ଏହିପରି ଆଉଏକ ମାର୍କେଟ ହେଉଛି ପୁଣେର ଏଫ.ସି.ରୋଡ ମାର୍କେଟ। ଏହି ବଜାରରେ ପୁଣେରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆପଣ ବେଶ ସହଜରେ  ପାଇପାରିବେ। କୁହାଯାଏ ଫେସନବଲ ପୋଷାକର ଏହା ହେଉଛି ସବୁଠୁ ଶସ୍ତା ବଜାର। ଯଦି ପୁଣେ ଟୁରରେ ଅଛନ୍ତି ତ ଏଫସି ରୋଡ ମାର୍କେଟ ନିଶ୍ଚିତ ବୁଲିଯାଆନ୍ତୁ।

OLYMPUS DIGITAL CAMERA

ଦିଲ୍ଲୀ ଜନପଥ ମାର୍କେଟ ମଧ୍ୟ ଷ୍ଟ୍ରିଟ୍ ମାର୍କେଟ ଭାବେ ବେଶ ଜଣାଶୁଣା ଆଉ ଶସ୍ତା ବି। ଏହି ମାର୍କେଟରେ ୨ଟି ଗଳି ଅଛି। ଗୋଟି ଗଳିରେ ହ୍ୟାଣ୍ଡମେଡ, ହ୍ୟାଣ୍ଡଲୁମ ସାମଗ୍ରୀର ବିସ୍ତୃତ ବିପଣିମାଳା ଥିବା ବେଳେ ଅନ୍ୟ ଗଳିଟି ଅତ୍ୟାଧୁନିକ ଫେସନେବଲ ସାମଗ୍ରୀ ପାଇଁ  ପ୍ରସିଦ୍ଧ। ଏଠାରେ ସାମଗ୍ରୀ ବେଶ ଶସ୍ତାଦରରେ ମୁଲେଇ ହୋଇପାରେ। ସେହିଭଳି ରାଜସ୍ଥାନର ରାଜଧାନୀ ଜୟପୁରର ବାପୁ ବଜାର ମଧ୍ୟ ଷ୍ଟ୍ରିଟ ମାର୍କେଟ ଭାବେ ବେଶ ଜଣାଶୁଣା। ଏଠାରେ ଜୋତା, ଚପ୍ପଲ, ଜୁତି, ସାଲଓ୍ବାର ସୁଟ୍, କୁସନ ଓ ବେଡସିଟ୍ ଭଳି ଅନେକ ସାମଗ୍ରୀ ମୁଲଚାଲରେ ଶସ୍ତାରେ ମିଳିଯାଏ।   

   Related Posts