ଜୁଲାଇ ୧୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ସୂର୍ଯ୍ୟଙ୍କ ଭଳି ଚମକିବ ଏହିସବୁ ରାଶିର ଭାଗ୍ୟ

Published By : Prameya-News7 Bureau | July 14, 2021 IST

ଭୁବନେଶ୍ୱର ୧୪/୦୭ : ଜୁଲାଇ ୧୬ ତାରିଖରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହିଦିନ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ କର୍କଟ ରାଶିରେ ଅଗଷ୍ଟ ୧୬ ଯାଏଁ ରହିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ କିଛି ରାଶିର ଭାଗ୍ୟୋଦୟ ହେବାକୁ ଯାଉଛି। ସୂର୍ଯ୍ୟଙ୍କ ଶୁଭ ପ୍ରଭାବରୁ ଜୀବନରେ ମାନସମ୍ମାନ ଓ ପଦ ପ୍ରତିଷ୍ଠା ବୃଦ୍ଧି ହୋଇଥାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି ମଧ୍ୟ କୁହାଯାଏ। ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ ସେଥିପାଇଁ ଏହାକୁ କର୍କଟ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଜୁଲାଇ ୧୬ରୁ କେଉଁ କେଉଁ ରାଶିର ଭାଗ୍ୟୋଦୟ ହେବ ଜାଣନ୍ତୁ…

ବୃଷ - ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବୃଷ ରାଶି ପାଇଁ ଶୁଭ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଶିକ୍ଷାବିତଙ୍କ ପାଇଁ ଏହି ସମୟ ବହୁତ ଭଲ। ଆର୍ଥିକ ସ୍ଥିତି ମଜବୁତ ହେବ। ଆପଣ କରିଥିବା କାର୍ଯ୍ୟକୁ ପ୍ରଶଂସା କରାଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସହ ସମୟ ଅତିବାହିତ କରିବେ। ମାନସମ୍ମାନ ଓ ପଦ-ପ୍ରତିଷ୍ଠା ବୃଦ୍ଧି ହେବ।

ମିଥୁନ - ସୂର୍ଯ୍ୟଙ୍କ ଗୋଚର ମିଥୁନ ରାଶି ପାଇଁ ଶୁଭ ରହିବ। କାରବାର ମଧ୍ୟ ସମୟ ଅତି ଉତ୍ତମ। ଏହି ସମୟରେ ନିବେଶ କଲେ ଫାଇଦା ହେବ। ଧନ ଲାଭ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରୀ ଓ ବ୍ୟବସାୟରେ ପଦୋନ୍ନତି ଯୋଗ ରହିଛି।

କନ୍ୟା - ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ଶୁଭ ଫଳ ପ୍ରାପ୍ତ କରିବେ। ଧନ ଲାଭ ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ଚାକିରୀ ଓ ବ୍ୟବସାୟ ପାଇଁ ଉତ୍ତମ ସମୟ। ମାନସମ୍ମାନ, ପଦ-ପ୍ରତିଷ୍ଠା ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସମ୍ବନ୍ଧ ମଧୁର ହେବ। ଜୀବନସାଥୀ ସହ ସମୟ ବିତାଇବେ।

ତୁଳା - ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ତୁଳା ରାଶି ପାଇଁ ଶୁଭ ରହିବ। ଜୀବନରେ ଖୁସି ଓ ଉନ୍ନତି ଆଣିବ। ସରକାରୀ ଚାକିରୀ ଖୋଜୁଥିବା ଲୋକଙ୍କ ପାଇଁ ଶୁଭ ସମୟ। ପଦୋନ୍ନତିର ଯୋଗ ମଧ୍ୟ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ।

ମୀନ - ମୀନ ରାଶିଙ୍କ ସୂର୍ଯ୍ୟଙ୍କ ଗୋଚର ଶୁଭ ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଙ୍କ ପାଇଁ ଶୁଭ ସମୟ। ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବେ। ପରିଶ୍ରମ କଲେ ସଫଳତା ନିଶ୍ଚୟ ପାଇବେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ ହେବାର ମୌକା ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.