ଭାକସିନ ଅଭାବକୁ ନେଇ କେନ୍ଦ୍ରର ଜବାବ, ସମସ୍ୟା ଟିକା ଅଭାବକୁ ନେଇ ନୁହେଁ ବରଂ ଉତ୍ତମ ସଞ୍ଚାଳନରେ ରହିଛି

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩।୦୪: ଟିକା ଅଭାବ ନେଇ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ଏହା ମଧ୍ୟରେ ମଙ୍ଗଳବାର କେନ୍ଦ୍ର ସରକାର ରୋକଠୋକ୍‌ ଜବାବ ଦେଇଛି। କେନ୍ଦ୍ର କହିଛି ଯେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟରେ ଏବେ ମଧ୍ୟ କୋଭିଡ୍-୧୯ ଟିକାର ୧.୬୭ କୋଟିରୁ ଅଧିକ ଡୋଜ୍ ରହିଛି। ସମସ୍ୟା ଟିକା ଅଭାବକୁ ନେଇ ନୁହେଁ ବରଂ ଉନ୍ନତ ସମନ୍ଵୟ ଓ ସଞ୍ଚାଳନରେ ରହିଛି। କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏ ପର୍ଯ୍ୟନ୍ତ ରାଜ୍ୟଗୁଡିକୁ ୧୩ କୋଟି ୧୦ ଲକ୍ଷ ୯୦ ହଜାର ୩୭୦ ଟିକାର ଡୋଜ୍ ଦିଆଯାଇଛି। ଏଥିରୁ ୧୧, ୪୩, ୬୯, ୬୭୭ ଡୋଜ୍ ଦିଆସଲାଣି। ଏଥିରେ  ବେକାର ଡୋଜ୍ ମଧ୍ୟ ସାମିଲ।

wp:html /wp:html

ସେ କହିଛନ୍ତି, ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିକଟରେ ଥିବା ଡୋଜ୍ ଏବେ ମଧ୍ୟ ବ୍ୟବହାର ହୋଇନାହିଁ। ଆଜିଠୁ ଏପ୍ରିଲ ଶେଷ ସୁଦ୍ଧା ରାଜ୍ୟଗୁଡିକୁ ୨,୦୧, ୨୨, ୯୬୦ ଡୋଜ୍ ଯୋଗାଇ ଦିଆଯିବ। ଭୂଷଣ ସ୍ପଷ୍ଟ କରିଛନ୍ତି ଯେ, ଟିକା ଅଭାବ ନୁହେଁ ସମସ୍ୟା ଉନ୍ନତ ଯୋଜନାକୁ ନେଇ ରହିଛି। ଆମେ ସମୟ ସମୟରେ ରାଜ୍ୟଗୁଡିକୁ ଟିକା ଯୋଗାଇ ଦେଇଛୁ।

ଭୂଷଣ କହିଛନ୍ତି ଯେ, ବଡ ବଡ ରାଜ୍ୟଗୁଡିକୁ ଆମେ ଚାରି ଦିନ ପାଇଁ ଟିକା ଯୋଗାଇ ଦେଉଥିବା ବେଳେ ଛୋଟ ଛୋଟ ରାଜ୍ୟକୁ ସାତ ଆଠ ଦିନ ପାଇଁ ଟିକା ଉପଲବ୍ଧ କରାଉଛୁ। ଏହା ପରେ ପୁଣି ଥରେ ଟିକା  ଯୋଗାଇ ଦେଉଛୁ। ଭୂଷଣ କହିଛନ୍ତି ଯେ, ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ଗୁଜରାଟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.