Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଗୁଡା : ପାରିବାରିକ କଳହ ନେଲା ଜୀବନ, ଚୈତନ୍ୟଙ୍କୁ ମାରିଦେଲେ ବାପା ଓ ୨ ଭାଇ
  • ||
  • ବାଙ୍କୀ : ବାଙ୍କୀ ହୁଳୁହୁଳା ପୋଲ ଉପରେ ପୁଣି ୨ ଫୁଟ ବନ୍ୟା ଜଳ ପ୍ରବାହିତ, ଯାତାୟାତ ବାଧାପ୍ରାପ୍ତ
  • ||
  • ଚାନ୍ଦବାଲି : ଚାନ୍ଦବାଲିର ୪ ପଞ୍ଚାୟତର ୧୦ଗୋଟି ଗାଁ ବନ୍ୟା ଘେରରେ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ଚଣ୍ଡିଖୋଲ : ଗ୍ୟାସ୍ ଗାଡି ସହ ବାଇକ୍ ଧକ୍କା : ୨ ଗୁରୁତର, ଜାତୀୟ ରାଜପଥରେ ଗ୍ୟାସ୍ ଲିକ୍
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ଭୁବନେଶ୍ବର : ସିଲ୍ ହେଲା ଭୁବନେଶ୍ବର ତହସିଲ୍ ଓ ଉପଜିଲ୍ଲାପାଳ ଅଫିସ୍, କରୋନା ପଜିଟିଭ୍ ସଂଖ୍ୟା ବଢିବାରୁ ପଦକ୍ଷେପ
  • ||
  • ପାଟଣାଗଡ : ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • କଟକ : ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର, ସେପଟେ ନରାଜରେ କାଠଯୋଡି ଜଳସ୍ତର ସାମାନ୍ୟ ବୃଦ୍ଧି
  • ||

ଏହି ମାସ୍କ ପିନ୍ଧିବାକୁ ବାରଣ କଲେ କେନ୍ଦ୍ର ସରକାର, କାହିଁକି ଜାଣନ୍ତୁ.. 

21/07/2020 at 7:00 PM

ନୂଆଦିଲ୍ଲୀ୨୧/୭:  ଭାଲ୍‌ଭ ରେସ୍ପିରେଟର ଥିବା N95 ମାସ୍କ ରୋକି ପାରୁନି କରୋନା ଭାଇରସ୍। N95 ମାସ୍କ କରୋନା ଭାଇରସ୍ ରୋକିବା ପାଇଁ ସବୁଠୁଁ ଭଲ ମାସ୍କ ବୋଲି କୁହାଯାଉଥିଲେ ହେଁ ଏବେ କିନ୍ତୁ  ବିପରୀତ କଥା ସାମ୍ନାକୁ ଆସିଛି। ଏହା କରୋନା ସଂକ୍ରମଣ ରୋକିବାରେ ବିଫଳ ହେଉଛି । ବିଶେଷ କରି N95 ମାସ୍କରେ ଥିବା ଭାଲ୍‌ଭ ଦେଇ କରୋନା ଭାଇରସ୍ ନାକକୁ ପ୍ରବେଶ କରିପାରୁଛି।  ଯେହେତୁ କରୋନା ଭାଇରସ ବହୁତ ସୁକ୍ଷ୍ମ ସେଥିପାଇଁ N95 ମାସ୍କ ପାଖାପାଖି ୯୫ ପ୍ରତିଶତ ସୁକ୍ଷ୍ମ କଣିକାକୁ ଅଟକାଇବାରେ ସମର୍ଥ ହେଉଥିଲେ ହେଁ କରୋଣା ଭୁତାଣୁ କିନ୍ତୁ ଭାଲ୍‌ଭ ଦେଇ ମଣିଷ ଶରୀରକୁ ପ୍ରବେଶ କରିପାରୁଛି। ରିସର୍ଚ୍ଚରୁ ଏଭଳି ତଥ୍ୟ ସାମ୍ମାକୁ ଆସିବା ପରେ ଭାଲ୍‌ଭ ଥିବା N95 ମାସ୍କ ପିନ୍ଧିବାକୁ ବାରଣ କରିଛନ୍ତି କେନ୍ଦ୍ର ସରକାର। ଏନେଇ ସବୁରାଜ୍ୟ ଓ କେନ୍ଦ୍ର ଶାଶିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

N95 ମାସ୍କ ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ଏହା ସେମାନଙ୍କ ପାଇଁ ପିପିଇ -ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପ୍‌ମେଣ୍ଟ ଭାବେ ଧରାଯାଉଥିଲା । କିନ୍ତୁ ଏହାକୁ ସାଧାରଣ ଲୋକ ବହୁଳ ଭାବେ ବ୍ୟବହାର କଲେ। ହେଲେ ଏହି ମାସ୍କ କିଭଳି ବ୍ୟବହାର ହେବ ତାହା ସେମାନେ ଜାଣିଲେ ନାହିଁ।  ଯେଉଁଥିପାଇଁ N95 ମାସ୍କ ବ୍ୟବହାର କରୁଥିବା ଅନେକ ଲୋକ କରୋନା ସକ୍ରମଣରୁ ନିଜକୁ ମୁକ୍ତ ରଖିପାରିଲେ ନାହିଁ।

N95 ମାସ୍କ ଅପେକ୍ଷା କଟନ କପଡ଼ାରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାସହ ମାସ୍କ ପ୍ରତିଦିନ ଗରମ ଲୁଣ ପାଣିରେ ଧୋଇବା, ଅନ୍ୟ କାହାର ମାସ୍କ ବ୍ୟବହାର ନକରିବା , ଥରେ ବ୍ୟବହାର କଲେ ଦ୍ବିତୀୟ ଥର ବିନା ଧୁଆରେ ନପିନ୍ଧିବା, ପରିବାରରେ ସଦସ୍ୟ ମଧ୍ୟରେ ମାସ୍କ ଅଦଳ ବଦଳ ନକରିବା ଆଦି ପରାମର୍ଶ ଦିଆଯାଇଛି।

   Related Posts