କୋଭିଡ୍ ଟିକାର ଦର ଧାର୍ଯ୍ୟକଲେ କେନ୍ଦ୍ର ସରକାର, ଘରୋଇ ହସ୍ପିଟାଲରେ ଏତିକି ଟଙ୍କାରେ ମିଳିବ ଭ୍ୟାକସିନ୍‌

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭/୦୨ : ଘରୋଇ ହସ୍ପିଟାଲଗୁଡିକ ପାଇଁ କରୋନା ଭ୍ୟାକସିନ୍‌ର ଦର ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । କୋଭିଡ୍‌ ଭ୍ୟାକସିନ୍‌ ପ୍ରତି ଡୋଜ୍‌ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସହିତ ଟିକା ପାଇଁ ସର୍ଭିସ୍‌ ଚାର୍ଜ ୧୦୦ ଟଙ୍କା ରଖାଯାଇଛି । ତେବେ ସରକାରୀ ହସ୍ପିଟାଲଗୁଡିକରେ ଭ୍ୟାକ୍‌ସିନ୍‌ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ସୂଚନା ମିଳିଛି ।

ମାର୍ଚ୍ଚ ପହିଲାରୁ ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ପର୍ଯ୍ୟାୟ କ୍ରମେ ଦେଶ​‌ରେ ବରିଷ୍ଠ ନାଗରିକମାନଙ୍କୁ ଭ୍ୟାକସିନ୍‌ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.