ଗୌଣ ହେବ ରାଜ୍ୟର ଭୂମିକା, ଯେ କୌଣସି ମୁହୂର୍ତ୍ତରେ IAS ଅଧିକାରୀଙ୍କୁ ଡେପୁଟେସନ୍‌ରେ ନେଇପାରିବ କେନ୍ଦ୍ର

Published By : Prameya-News7 Bureau | January 22, 2022 IST

ଭୁବନେଶ୍ଵର ୨୨।୦୧: ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଫିସରଙ୍କୁ କେନ୍ଦ୍ର  ସରକାର ଯେ କୌଣସି ମୁହୂର୍ତ୍ତରେ  ଡେପୁଟେସନରେ ନିଜ ପାଖକୁ ନେଇ ପାରିବେ। ରାଜ୍ୟ ସରକାରଙ୍କ ଅନୁମୋଦନର ଆଉ ଆବଶ୍ୟକତା ପଡିବ ନାହିଁ । କେନ୍ଦ୍ର ସରକାର ଆଇଏଏସ୍ କ୍ୟାଡର ନିୟମ ୧୯୫୪ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ସୁଦ୍ଧା ୭ଟି ରାଜ୍ୟ ଏହାର ପ୍ରତିବାଦ କରିଛନ୍ତି । ଏପଟେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ IAS ଅଧିକାରୀଙ୍କୁ ଝଟକା ଲାଗିଛି ।

ରାଜ୍ୟ କ୍ଷମତା ଛଡାଇ ନେବ କେନ୍ଦ୍ର । ଯେକୌଣସି ମୁହୂର୍ତ୍ତରେ IAS ଅଧିକାରୀଙ୍କୁ ଡେପୁଟେସନ୍‌ରେ ନେଇପାରିବ କେନ୍ଦ୍ର । ଗୌଣ ହେବ ରାଜ୍ୟର ଭୂମିକା, ଅଟକାଇ ମଧ୍ୟ ପାରିବେନି । କିଛି ରାଜ୍ୟ ସରକାର ବିରୋଧ କରୁଛନ୍ତି, କିନ୍ତୁ ନିଜ ଆଭିମୁଖ୍ୟରେ ଅଟଳ ରହିଛି କେନ୍ଦ୍ର । IAS କ୍ୟାଡର ନିୟମରେ ବଡ଼ ପରିବର୍ତ୍ତନ ଲାଗି କେନ୍ଦ୍ର ଏମିତି ସଜବାଜ  କରିଛି।

{"id":577995,"sizeSlug":"full","linkDestination":"none"}

IAS କ୍ୟାଡର ନିୟମ ୧୯୫୪ର ଧାରା ୬ରେ ସଂଶୋଧନ ହେଲେ ନୂଆ ନିୟମ ଅନୁଯାୟୀ, କେନ୍ଦ୍ର କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ତାଙ୍କୁ ଦାୟିତ୍ବରୁ ମୁକ୍ତ କରିବ। ରାଜ୍ୟ କ୍ୟାଡରରେ ଥିବା ଅଧିକାରୀଙ୍କ ମଧ୍ୟରୁ ୪୦ପ୍ରତିଶତ IAS ଅଫିସର ଡେପୁଟସନ୍‌ରେ ରହିବେ । ଏନେଇ ରାଜ୍ୟ ନିୟମିତ ତାଲିକା ପ୍ରସ୍ତୁତ କରିବ । ଏପରିକି ଯଦି କେନ୍ଦ୍ରୀୟ ଡେପୁଟେସନ୍ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ମତଭେଦ ହୁଏ ତେବେ ଏହି ମାମଲାକୁ କେନ୍ଦ୍ର ସରକାର ବିଚାର କରିବେ । କହିବାକୁ ଗଲେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣକୁ ଆସିଯିବେ । ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କ କ୍ଷମତା ସଂକୁଚିତ ହୋଇଯିବ । ରାଜ୍ୟ ସରକାର ଚାହିଁଲେ ବି ଅଫିସରଙ୍କୁ ସୁରକ୍ଷା ଦେଇପାରିବେ ନାହିଁ ।

{"id":577996,"sizeSlug":"full","linkDestination":"none"}

ପରମ୍ପରା ଭିତ୍ତିରେ ଗତ ୭୫ ବର୍ଷ ଭିତରେ ଯେଉଁ ପରମ୍ପରା ସୃଷ୍ଟି ହୋଇଛି ତାହାକୁ ନଷ୍ଟକଲେ ଜାତୀୟ ଏକତା ଓ ସଂଘୀୟ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ବୋଲି ସଂଶୋଧନ ପ୍ରସ୍ତାବକୁ ବିରୋଧ କରୁଥିବା ରାଜ୍ୟମାନେ ମତ ଦେଇଛନ୍ତି। ଏନେଇ ମମତା ବାନାର୍ଜୀ ଆଗରୁ ପ୍ରଧାନମନ୍ତ୍ରୀଙ୍କୁ ୨ଥର ଚିଠି ମଧ୍ୟ ଲେଖିଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ, ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର ଭଳି ରାଜ୍ୟ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏବେ ସୁଦ୍ଧା ୭ ରାଜ୍ୟ ସେମାନଙ୍କ ମତାମତ ଦେଇ ପ୍ରତିବାଦ ଜଣାଇଛନ୍ତି । ସେପଟେ ଜାନୁଆରୀ ୨୫ସୁଦ୍ଧା ରାଜ୍ୟମାନେ ଜବାବ ଦାଖଲ କରିବାକୁ କଣ୍ଟ ଦେଇଛି କେନ୍ଦ୍ର ।

{"id":577997,"sizeSlug":"full","linkDestination":"none"}

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପରେ  ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ପ୍ରଭାବଶାଳୀ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଜବରଦସ୍ତ ଝଟକା ଲାଗିଛି । ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ ହେବ ବୋଲି ରାଜ୍ୟମାନେ ମତ ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.