୬ ରାଜ୍ୟକୁ କେନ୍ଦ୍ରର ବନ୍ୟା ସହାୟତା: ଜାଣନ୍ତୁ ଓଡିଶା ଭାଗରେ କେତେ ?

Published By : Prameya-News7 Bureau | November 13, 2020 IST

 ନୂଆଦିଲ୍ଲୀ୧୩/୧୧: ଓଡିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର।  କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟିରେ ୪,୩୮୧,୮୮  କୋଟି ଟଙ୍କା ଅନୁମୋଦନ କରାଯାଇଛି। ୬ଟି ରାଜ୍ୟ ହେଲା ପଶ୍ଚିମବଙ୍ଗ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଏବଂ ସିକିମ୍‌। ୨୦୨୦ ମସିହାରେ ଘଟିଥିବା ଘୂର୍ଣ୍ଣିବଳୟ “ଆମ୍ଫାନ୍” ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ବସିଛି।  ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ୬ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି। ଯାହା ଚଳିତ ବର୍ଷ ସାଇକ୍ଲୋନ୍ , ବନ୍ୟା , ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିଲା ।

ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (NDRF)ରୁ ୬ଟି ରାଜ୍ୟକୁ ୪, ୩୮୧, ୮୮  କୋଟି ଟଙ୍କା ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ HLC ଅନୁମୋଦନ କରିଛି| ଘୂର୍ଣ୍ଣିବଳୟ ‘ଆମ୍ଫାନ୍’ର ପାଇଁ ପଶ୍ଚିମବଙ୍ଗକୁ ୨,୨୦୭,୭୭  କୋଟି ଏବଂ ଓଡିଶା ପାଇଁ ୧୨୮.୨୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଘୂର୍ଣ୍ଣିବଳୟ ‘ନିସର୍ଗ’ ପାଇଁ ମହାରାଷ୍ଟ୍ରକୁ ୨୬୮.୫୯ କୋଟି ଟଙ୍କା ମଞ୍ଜୁର ହୋଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ବନ୍ୟା ଓ ଭୂସ୍ଖଳନ ପାଇଁ କର୍ଣ୍ଣାଟକ ପାଇଁ ୫୭୭.୮୪ କୋଟି, ମଧ୍ୟପ୍ରଦେଶ ପାଇଁ ୬୧୧.୬୧ କୋଟି ଏବଂ ସିକ୍କିମ ପାଇଁ ୮୭.୮୪ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଘୂର୍ଣ୍ଣିବଳୟ ‘ଆମ୍ଫାନ୍’ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ମଇ ୨୦୨୦ ରେ ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରଭାବିତ ରାଜ୍ୟ ଗସ୍ତ କରିଥିଲେ। ପଶ୍ଚିମବଙ୍ଗକୁ ୧୦୦୦ କୋଟି ଏବଂ ଓଡିଶାକୁ ୫୦୦ କୋଟି ଟଙ୍କା ଏହି ରାଜ୍ୟଗୁଡିକରେ ତୁରନ୍ତ ରିଲିଫ୍ କାର୍ଯ୍ୟ ପାଇଁ ୨୩ ମଇ ୨୦୨୦ରେ ପୂର୍ବରୁ ପ୍ରଦାନ କରାଯାଇଥିଲା। ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର SDRF ରୁ ୨୮ ଟି ରାଜ୍ୟକୁ ୧୫,୫୨୪ ,୪୩ କୋଟି ଟଙ୍କା ମୁକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.