ମ୍ୟାନ୍ ଅଫ୍ ଗୁଡ୍ ଟାଇମସଙ୍କ ପାଇଁ ବ୍ୟାଡ୍ ଟାଇମସ୍ ଆଣିଥିଲେ ଜଣେ ସିବିଆଇ ଅଫିସର, କିଏ ସେ ସୁମନ କୁମାର…

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ, ୧୫|୦୫ :  ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟା ଭାରତକୁ ଫେରିବା ନେଇ ରାସ୍ତା ସଫା ହେବାରେ ଲାଗିଛି । ଏହି ମାମଲାରେ ସିବିଆଇର ଅଧିକାରୀ ସୁମନ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସୁମନଙ୍କ ନେତୃତ୍ୱରେ ହିଁ ସିବିଆଇ ମାଲ୍ୟାଙ୍କ ବିରୋଧରେ ପ୍ରମାଣ ହାତେଇଥିଲା । ଆସନ୍ତୁ ନଜର ପକେଇବା ଏହି ସାହସୀ ଅଫିସର ସୁମନଙ୍କ ବିଷୟରେ ।

ବିଜୟ ମାଲ୍ୟା ନିଜର ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ପାଇଁ ଜଣାଶୁଣା । ଏପରିକି ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ହୋଇଥିଲେ । ଅକ୍ଟୋବର ୨୦୧୫ରେ ତାଙ୍କ ବିରୋଧରେ ବ୍ୟାଙ୍କ ଘୋଟାଲା ମାମଲା ସାମ୍ନାକୁ ଆସିଥିଲା । ତେବେ ଗିରଫ ପୂର୍ବରୁ ସେ ଲଣ୍ଡନ ଫେରାର ହୋଇଯାଇଥିଲେ । ଏହି ମାମଲାର ତଦନ୍ତ ଭାର ସିବିଆଇ ଅଧିକାରୀ ସୁମନଙ୍କୁ ଦିଆଯାଇଥିଲା । ସୁମନ ସିବିଆଇର ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ।

ସୁମନ ୨୩ ବର୍ଷ ବୟସରେ ସବ ଇନ୍ସପେକ୍ଟର ଭାବେ ସିବିଆଇରେ ଯୋଗ ଦେଇଥିଲେ । ଏପରିକି ୨୦୦୨ରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୂର୍ଣ୍ଣ ପଦକରେ ସମ୍ମାନିତ କରାଯାଇଥିଲା । ଏପରିକି ୨୦୦୨ରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୦୮ରେ ସେ ପୋଲିସ ମେଡାଲ ପାଇଥିବା ବେଳେ ୨୦୧୩ରେ ରାଷ୍ଟ୍ରପତି ପଦକ ଲାଭ କରିଥିଲେ ।

{"id":270564,"width":749,"height":421,"sizeSlug":"large"}

ତତ୍କାଳୀନ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏହି ମାମଲାର ନେତୃତ୍ୱ ନେଉଥିଲେ । ସେ ଏବଂ ସୁମନଙ୍କ ନେତୃତ୍ୱରେ ସିବିଆଇ ମାଲ୍ୟାଙ୍କ ବିପକ୍ଷରେ ଅନେକ ପ୍ରମାଣ ହାତେଇଥିଲା । ଏହାସହ ଯେପରି ମାଲ୍ୟାଙ୍କ ସପକ୍ଷରେ ଗୋଟିଏ ହେଲେ ବି ଶୁଣାଣି ନଯାଏ ସେଦିଗରେ ମଧ୍ୟ ଅଧିକ ଧ୍ୟାନ ଦେଉଥିଲେ । ଏହା ଅଧିକ କଷ୍ଟକର ଥିଲା । କୁମାର ମାଲ୍ୟାଙ୍କ ବିରୋଧରେ ଲଣ୍ଡନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ଉପରେ ଜୋର ଦେଇଥିଲେ ।  ଏପରିକି ଭାରତ ପାଖରେ ଏକ ମାମଲା ଥିଲା ଯାହା ଲଣ୍ଡନରେ ମଧ୍ୟ ଆଇନତଃ ଦଣ୍ଡନୀୟ ଥିଲା । ସୁମନଙ୍କ ଚେଷ୍ଟା ପରେ ତଦନ୍ତକାରୀ ସଂସ୍ଥା ହାତରେ ସଫଳତା ଲାଗିଥିଲା । ଭାରତ ଲଣ୍ଡନ କୋର୍ଟରେ ଅଭିଯୋଗ ପତ୍ର ଦାଖଲ କରିଥିଲା । ଏହାପରେ ବ୍ରିଟେନ କୋର୍ଟକୁ ମାଲ୍ୟାଙ୍କୁ ଝଟକା ଲାଗିଥିଲା । ମାଲ୍ୟା ଉଚ୍ଚତମ କୋର୍ଟର ଦ୍ୱାରସ୍ତ ହୋଇପାରିବେ ନାହିଁ ବୋଲି ବ୍ରିଟେନ୍ କୋର୍ଟ କହିଥିଲେ । ଏହି ସଫଳତା ପରେ ସିବିଆଇ ପକ୍ଷରୁ ସୁମନ କୁମାରଙ୍କୁ ପ୍ରଶଂସା କରାଯାଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ଲଣ୍ଡନରେ ମୋକଦ୍ଦମା ଲଢୁନଥିଲା ବରଂ କୋର୍ଟଙ୍କୁ ପ୍ରତ୍ୟାର୍ପଣ ମାମଲାରେ ବିଶ୍ୱାସ ଜନ୍ମାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.